www.samajalive.in
Friday, December 12, 2025
14.1 C
Bhubaneswar

ସୀମିତ କ୍ଷମତା ସହିତ କାର୍ଯ୍ୟରେ ଯୋଗ ଦେଲେ ଆଲୋକ ବର୍ମା

ନୂଆଦିଲ୍ଲୀ :ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ସୀମିତ କ୍ଷମତା ସହିତ ଆଲୋକ ବର୍ମା ସିବିଆଇ ନିର୍ଦେଶକ ଭାବେ ବୁଧବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ମଙ୍ଗଳବାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ପ୍ରଧାନବିଚାରପତି ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ପୀଠ ସିବିଆଇ ନିର୍ଦେଶକ ଭାବେ ବର୍ମାଙ୍କ ପଦମର୍ଯ୍ୟାଦା କାଏମ ରଖିଥିଲେ। ମାତ୍ର ଚୟନ କମିଟି ଚୂଡାନ୍ତ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ସେ କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ପୀଠ ସ୍ପଷ୍ଟ ନିର୍ଦେଶ ଦେଇଥିଲେ। ଉଲ୍ଲେଖ ଯେ ସିବିଆଇର ଦୁଇ ମୁଖ୍ୟ ବର୍ମା ଏବଂ ସ୍ବତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନା ପରସ୍ପର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ପରେ ସିବିଆଇରେ ସଙ୍କଟ ସୃଷ୍ଟି ହୋଇଥିଲା। ଏହାର ସମାଧାନ ନିମନ୍ତେ କେନ୍ଦ୍ର ସରକାର ଉଭୟଙ୍କୁ ଅକ୍ଟୋବର ୨୩ରୁ ଦୀର୍ଘ ଦିନ ଛୁଟିରେ ପଠାଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories