ରେଙ୍ଗାଲିକ୍ୟାମ୍ପ : ଟାଟା ପାୱାର ବିଦ୍ୟୁତ୍ ପରିଚାଳନା ଦାୟିତ୍ୱ ହାତକୁ ନେବା ପୂର୍ବରୁ ବିଜୁଳି କମ୍ପାନୀମାନେ ଯେଉଁ ମିଟର ସବୁ ଲଗାଇଥିଲେ ତାକୁ ହଟାଇ ବର୍ତ୍ତମାନ ଟାଟା ପାୱାର ଦ୍ଵାରା ସ୍ମାର୍ଟ ମିଟର ଲଗାଉଛି। ଯାହା ଫଳରେ ମାସକୁ ବିଜୁଳି ଦର ଆଶାତୀତ ଭାବେ ବୃଦ୍ଧି ପାଉଛି। ପୂର୍ବ ମିଟର ତୁଳନାରେ, ଦୁଇ ଗୁଣା ତିନି ଗୁଣା ମାସକୁ ବିଜୁଳି ବିଲ୍ ବଢ଼ି ଆସୁଛି ବୋଲି ଉପଭୋକ୍ତାମାନେ କହିଛନ୍ତି । ବରଗଡ଼ ଜିଲ୍ଲା ଅତାବିରା ବ୍ଲକର କୁଲୁଣ୍ଡା ଗ୍ରାମର ବିଦ୍ୟୁତ୍ ଉପଭୋକ୍ତାମାନେ ଆଜି ସ୍ମାର୍ଟ ମିଟର ବିରୁଦ୍ଧରେ କରିଥିବା ବିକ୍ଷୋଭ/ପ୍ରତିବାଦ ଦେଖିବାକୁ ମିଳିଛି। ଏହା କେବଳ ଅତାବିରା ବ୍ଲକର ଅବସ୍ଥା ନୁହେଁ, ରାଜ୍ୟର ସବୁ ଅଞ୍ଚଳର ବିଦ୍ୟୁତ୍ ଉପଭୋକ୍ତାମାନଙ୍କର ଏଭଳି ଅବସ୍ଥା ଲାଗି ରହିଥିବା ଜଣାପଡ଼ିଛି।
ଗ୍ରାମରେ ବିଦ୍ୟୁତ୍ ଉପଭୋକ୍ତାଙ୍କ ଘର ମାନଙ୍କରେ ଟାଟା ପାୱାର ବିନା ଅନୁମତିରେ ସ୍ମାର୍ଟ୍ ମିଟର ଜୋର୍ ଜବରଦସ୍ତ ଲଗାଇ ଦିଆଯାଉଛି। ଏହା ଜାଣିବା ପରେ ଗ୍ରାମବାସୀ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ କାହା ନିର୍ଦ୍ଦେଶରେ ସ୍ମାର୍ଟ୍ ମିଟର ଲଗାଯାଉଛି ବୋଲି ପ୍ରଶ୍ନ କରିଥିଲେ,ହେଲେ ସେମାନଙ୍କ ଉତ୍ତର ସନ୍ତୋଷ ଜନକ ନଥିଲା। ଏହାକୁ ନେଇ ଉପଭୋକ୍ତା ତଥା ଗ୍ରାମବାସୀ ଅତିଷ୍ଟ ହୋଇ ଆଜି ସକାଳ ସାଢେ଼ ୧୦ଟା ରେ ଲିଖିତ ଅଭିଯୋଗ ସହ ଏସଡିଓଙ୍କୁ ଦୀର୍ଘ ୨ ଘଣ୍ଟା ଧରି କାର୍ଯ୍ୟାଳୟରେ ଘେରି ରଖିଥିଲେ। ରବୀନ୍ଦ୍ର କୁମାର ସାହୁ, ସୁଶାନ୍ତ ନାୟକ,ଇନ୍ଦ୍ରମଣି ପ୍ରଧାନ, ପ୍ରମୋଦ ରଥ,ପ୍ରେମାନନ୍ଦ ପ୍ରଧାନ,ସରପଞ୍ଚ ହେମାନନ୍ଦ ସେଠ୍, ସୁନିଲ ସାହୁ, ଝସକେତନ ସାହୁ, ମୁନୁ ସାହୁ,ଅନନ୍ତ ଭୋଇ, ସୁଦାମ ବରିହା, ଯୋଗେଶ୍ୱର ପ୍ରଧାନ, ଜି ସତିଶ,ଗୌତମ ପ୍ରଧାନ ରୋହନ ସାହୁ ତଥା ଶତାଧିକ ଗ୍ରାମବାସୀ ସ୍ମାର୍ଟ ମିଟରକୁ ହଟାଇ ପୁରୁଣା ମିଟରକୁ ପୁଣି ଲଗାବାକୁ ସେମାନେ ଦାବି କରିଥିଲେ।
ଏସଡିଓ ଦାୟିତ୍ୱରେ ରହିଥିବା ଆର. ଏମ. ମହାନ୍ତି କହିଥିଲେ ଯେ ପରିଚାଳନା କର୍ତ୍ତୃପକ୍ଷଙ୍କ ନିର୍ଦେଶ ଅନୁସାରେ ଆଗକୁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ । ଏଥିପାଇଁ ଉପଭୋକ୍ତା ମାନେ ୧୫/୨୦ ଦିନ ଅପେକ୍ଷା କରନ୍ତୁ, ଏବେ ସ୍ମାର୍ଟ ମିଟର ଲଗାନ୍ତୁ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକେ ପ୍ରତିବାଦରୁ ଓହରିଥିଲେ ।
Comments are closed.