www.samajalive.in
Sunday, December 14, 2025
26.1 C
Bhubaneswar

କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଲେ ଶିଖର ଧାୱନ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ଦିନ ଧରି ଭାରତୀୟ କ୍ରିକେଟ ଦଳରୁ ବାଦ୍‌‌ ପଡିଥିବା ଶିଖର ଧାୱନ ଏବେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଉଥିବା ଘୋଷଣା କରି ଶିଖର ସୋସିଆଲ ମିଡ଼ିଆ ଏକ୍ସରେ ଏକ ଭିଡ଼ିଓ ପୋଷ୍ଟ କରି ସୂଚନା ଦେଇଛନ୍ତି। ୩୮ବର୍ଷୀୟ ଶିଖର ଧାୱନଙ୍କ ଅବସରକୁ ନେଇ ଦୀର୍ଘ ଦିନ ଧରି କଳ୍ପନାଜଳ୍ପନା ଲାଗି ରହିଥିଲା। ଶେଷରେ ଅଗଷ୍ଟ ୨୪ ତାରିଖ ସକାଳେ ଏକ ଭିଡ଼ିଓ ଜରିଆରେ ପୋଷ୍ଟ କରି ନିଜେ ଏହି ସୂଚନା ଦେଇଛନ୍ତି। ଭିଡ଼ିଓରେ ଶିଖର କହିଛନ୍ତି ‘ଆଜି ମୁଁ ଏମିତି ଏକ ମୁହୂର୍ତ୍ତରେ ଛିଡା ହୋଇଛି ଯେଉଁଠାରେ ପଛକୁ ଚାହିଁଲେ କେବଳ ସ୍ମୃତି ଦେଖିବାକୁ ମିଳେ। ଏବଂ ଆଗକୁ ଦେଖିଲେ ପୁରା ଦୁନିଆ। ଭାରତ ପାଇଁ ଖେଳିବା ମୋର ସବୁବେଳେ ଇଚ୍ଛା ଥିଲା ଏବଂ ଏହା ପୂରଣ ମଧ୍ୟ ହୋଇଛି। ଏଥିପାଇଁ ମୁଁ ଅନେକଙ୍କୁ ଧନ୍ୟବାଦ ଜଣାଉଛି। ପ୍ରଥମତଃ ମୋର ପରିବାର, ମୋର ପିଲାଦିନର ପ୍ରଶିକ୍ଷକ ତାରିକ ଶର୍ମା, ମଦନ ଶର୍ମା, ଯେଉଁମାନେ ପିଲା ଦିନରୁ ପ୍ରଶିକ୍ଷଣ ଦେଇଥିଲେ। ଏହା ପରେ ମୋ ଦଳ। ଯାହାଙ୍କ ସହିତ ମୁଁ ବର୍ଷ ବର୍ଷ ଧରି ଖେଳିଥିଲି, ଏକ ପରିବାର ଭଳି ସମୟ ବିତାଇବା ସହ ଅନେକ ସଫଳତା ପାଇଥିଲି। କିନ୍ତୁ କୁହନ୍ତି କାହାଣୀରେ ଆଗକୁ ବଢିବାକୁ ହେଲେ ପୃଷ୍ଠାଗୁଡିକୁ ବଦଳାଇବା ଜରୁରୀ। ସେଥିପାଇଁ ମୁଁ ଆଜି ଅନ୍ତର୍ଜାତୀୟ କ୍ରିକେଟ ଓ ଘରୋଇ କ୍ରିକେଟରୁ ଅବସର ନେଉଛି। ଅବସର ଘୋଷଣା କରିବା ସମୟରେ ମୋ ହୃଦୟରେ ଶାନ୍ତି ଅଛି ଯେ ମୁଁ ଦେଶ ପାଇଁ ବହୁତ ଖେଳିଥିଲି। ମୋତେ ଏହି ସୁଯୋଗ ଦେଇଥିବାରୁ ବିସିସିଆଇକୁ ଧନ୍ୟବାଦ ଜଣାଉଛି ଏବଂ ପ୍ରଶଂସକମାନଙ୍କୁ ମଧ୍ୟ ସେମାନଙ୍କ ଭଲ ପାଇବା ପାଇଁ ଧନ୍ୟବାଦ ଜଣାଉଛି। ମୁଁ କେବଳ ଏତିକି କହିବାକୁ ଚାହୁଁଛି ଯେ ଆଉ ନିଜ ଦେଶ ପାଇଁ ଖେଳିବି ନାହିଁ ବୋଲି ଭାବି ଦୁଃଖ ପ୍ରକାଶ କରିବି ନାହିଁ, ବରଂ ଭାବିବି ଯେ ଦେଶ ପାଇଁ ଖେଳିବା ସବୁଠୁ ବଡ କଥା।

- Advertisement -

ଶିଖର ଧାୱନ ୨୦୧୦ରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ମ୍ୟାଚରୁ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ସେ ୨୦୧୧ରେ ଟି-୨୦ ଓ ୨୦୧୩ରେ ଟେଷ୍ଟ ମ୍ୟାଚରେ ପଦାର୍ପଣ କରିଥିଲେ। ନିଜ କ୍ୟାରିୟରରେ ଭାରତୀୟ ଦଳରେ ଖେଳିବାର ସୁଯୋଗ ପାଇବା ସହ ୩୪ଟି ଟେଷ୍ଟରେ ୫୮ଟି ଇନିଂସରେ ୭ଶତକ ଓ ୫ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହାସହିତ ୧୬୭ଟି ଦିନିକିଆରେ ୨୩୧୫ ରନ, ୧୭ ଶତକ ଓ ୩୯ଅର୍ଦ୍ଧଶତକ, ଏବଂ ୬୮ଟି ଟି୨୦ ମ୍ୟାଚରେ ୧୧ଟି ଅର୍ଦ୍ଧଶତକ କରି ୧୭୫୯ରନ୍‌‌ ସଂଗ୍ରହ କରିଥିଲେ ଶିଖର। ବିରାଟ ଓ ରୋହିତଙ୍କ ଅନୁପସ୍ଥିତିରେ ଶିଖରଙ୍କୁ ଅନେକ ଥର ଭାରତୀୟ ଦଳର ନେତୃତ୍ୱ ନେବାର ସୁଯୋଗ ମିଳିଥିଲା। ଶିଖର ୧୦ ଡିସେମ୍ବର ୨୦୨୨ରେ ବାଂଲାଦେଶ ବିପକ୍ଷରେ ନିଜର ଶେଷ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌‌ ଖେଳିଥିଲେ। ଆଇସିସି ଇଭେଣ୍ଟରେ ଭଲ ରେକର୍ଡ ରଖିଥିବା ଶିଖର ଭାରତର ଅନ୍ୟତମ ସଫଳ ଓପନର ରହିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories