www.samajalive.in
Saturday, December 6, 2025
14.1 C
Bhubaneswar

ଚାରଭାଟି ହତ୍ୟାକାଣ୍ଡ: ଅଭିଯୁକ୍ତ ଗିରଫ

ସମ୍ବଲପୁର: ସମ୍ବଲପୁରର ଚାରଭାଟି ଅଞ୍ଚଳରେ ଗତ ବୁଧବାର ରାତ୍ରି ପ୍ରାୟ ୯ଟାରେ ଦୈତାରୀ ମିର୍ଦ୍ଧା ନାମକ ଜଣେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ହତ୍ୟାକାରୀ ବରଗଡ ଜିଲା ନିବାସ ବିଜେପୁର ନିବାସୀ ଚୈତନ୍ୟ ହାତୀ (୨୫)କୁ ପୁଲିସ ଗିରଫ କରିଛି।

ପୁଲିସ ସୂଚନାନୂଯାୟୀ, ଚାରଭାଟି ଅଙ୍ଗନୱାଡି କେନ୍ଦ୍ର ନିକଟରେ ପୂର୍ବ ବିବାଦକୁ ନେଇ ଦୈତାରୀଙ୍କୁ ଏକ କୋଦାଳ ବେଣ୍ଟରେ ଚୈତନ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ। ଦୈତାରୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ସମ୍ପର୍କରେ ମୃତକଙ୍କ ଭାଇ ଭକ୍ତ ଚରଣ ମିର୍ଦ୍ଧା ଧନୁପାଲି ଥାନାରେ ଅଭିଯୋଗ କରିବାରୁ ଏକ ମାମଲା ରୁଜୁ କରିଥିଲା। ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଚୈତନ୍ୟକୁ ଗିରଫ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories