www.samajalive.in
Saturday, December 6, 2025
26.1 C
Bhubaneswar

ଜୈବିକ ଉପାୟରେ ମାଛ ଚାଷକୁ ସାଂସଦଙ୍କ ଗୁରୁତ୍ୱାରୋପ

ଫୁଲବାଣୀ: କେନ୍ଦ୍ରୀୟ ମଧୁର ଜଳ ଗବେଷଣା ପ୍ରତିଷ୍ଠାନ ଓ ଅନନ୍ୟାର ମିଳିତ ସହଯୋଗାରେ ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗଞ୍ଜୁଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମାଛ ଚାଷ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ କନ୍ଧମାଳ ଜିଲାରେ କିଭଳି ଭାବେ ମତ୍ସ୍ୟ କୃଷକ ଉତ୍ପାଦକ ସଂଗଠନ ସୃଷ୍ଟି କରାଯିବା ସହିତ ଜୈବିକ ଉପାୟରେ ମାଛ ଚାଷ ଉତ୍ପାଦନ ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଅଶୋକ କୁମାର ଭୋଇ, ଜିଲା ମତ୍ସ୍ୟ ସଂପଦ ଅଧିକାରୀ ପ୍ରଫୁଲ କହଁର ପ୍ରମୁଖ ବଜାର ଜନିତ ସମସ୍ୟାରୁ ମୁକ୍ତି ସହିତ ବାୟୋଫ୍ଲକ୍‌ ମାଧ୍ୟମରେ କିଭଳି ଭାବେ ମାଛ ଚାଷର ଅଭିବୃଦ୍ଧି କରିହେବ ସେ ଉପରେ ଆଲୋକପାତ କରିଥିଲେ । କେନ୍ଦ୍ରୀୟ ମଧୁର ଜଳ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଡ଼. ସଂଗ୍ରାମ ସାହୁ ଓ ଡ଼. ସତ୍ୟ ନାରାୟଣ ସେଠୀ ଯୋଗଦେଇ ବୈଜ୍ଞାନିକ ପ୍ରଣାଳୀରେ ମାଛ କିଭଳି ଭାବେ ଉତ୍ପାଦନ ହୋଇ ପାରିବ ସେ ଉପରେ ଆଲୋକପାତ କରିଥିଲେ । ଶିବିରକୁ ମୁଖ୍ୟ ବୈଷୟିକ ଅଧିକାରୀ ଦୁର୍ଗା ପ୍ରସାଦ ରଥ, ଅନନ୍ୟାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅବିନାଶ ମହାନ୍ତି, ସଂଯୋଜକ ଅଭିଜିତ୍‌ ଭଟ୍ଟାଚାର୍ଯ୍ୟ ପ୍ରମୁଖ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବହୁ ମାଛଚାଷୀ ଏବଂ ବୈଜ୍ଞାନିକମାନଙ୍କ ମଧ୍ୟରେ ବହୁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କିଛି ଶ୍ରେଷ୍ଠ ମାଛଚାଷୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories