www.samajalive.in
Friday, December 5, 2025
17.1 C
Bhubaneswar

ପାଉଁଶ ପକାକୁ ନେଇ ତାତିଲେ ଗ୍ରାମବାସୀ, ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ

ସମ୍ବଲପୁର : ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ତବଡାବାହାଲ ଗାଁରେ ଚାଷ ଜମିରେ ବେଆଇନ ଭାବରେ ପାଉଁଶ ଡମ୍ପିଂ ଚାଲୁଥିବା ଅଭିଯୋଗ ନେଇ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି। ବେଆଇନ ପାଉଁଶ ଡମ୍ପିଂକୁ ବିରୋଧ କରି ଶତାଧିକ ଗ୍ରାମବାସୀ ଏକାଠି ହୋଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଦୃଢ଼ ପ୍ରତିବାଦ କରିଥିଲେ। ଗ୍ରାମବାସୀ କହିଛନ୍ତିି ଯେ ପୂର୍ବରୁ ଥରେ ଜିଲାପାଳ ଙ୍କୁ ଏ ନେଇ ଅଭିଯୋଗ କରିଥିବା ବେଳେ ଆଜି ପୁଣି ଥରେ କାର୍ଯ୍ୟାଳୟ କୁ ଆସି ଧାରଣା ଦେଇଥିଲେ। ବିଶେଷ କରି ଏହି ବେଆଇନ ପାଉଁଶ ଡମ୍ପିଂ ଫଳରେ ଗ୍ରାମରେ ଥିବା ୫୦୦ ଚାଷୀ ପରିବାର ପ୍ରଭାବିତ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଏହା ସହ ପାଉଁଶ ଗୁଡିକ ରାତିରେ ଆସୁଥିବାବେଳେ ମାଫିଆ ମାନେ ଗ୍ରାମବାସୀଙ୍କୁ ବିରୋଧ କଲେ ଓଲଟା ଧମକ ଚମକ ମଧ୍ୟ ଦେଉଥିବା ଅଭିଯୋଗ ହୋଇଛି।
ଅନ୍ୟ ପକ୍ଷରେ ଗ୍ରାମବାସୀଙ୍କ ଠାରୁ ଲିଖିତ ଅଭିଯୋଗ ପାଇବା ପରେ ଜିଲାପାଳ ଏ ନେଇ ଉପ ଜିଲାପାଳଙ୍କୁ ସର ଜମିନ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ନେଇ କହିଛନ୍ତି। ଏଥି ସହ ଜିଲାରେ ପାଉଁଶ ପରିବହନ କରୁଥିବା ପ୍ରତି ଗାଡିରେ ଜିପିଏସ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଜିଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର କହିଛନ୍ତି। ଜିଲାପାଳଙ୍କୁ ପ୍ରଦତ୍ତ ଦାବିପତ୍ରରେ କୈଳାଶ ମାଝୀ, ଦେବାନନ୍ଦ ସିଂ, ପିତାମ୍ବର ଧୁରୁଆଙ୍କ ସମେତ ଅନେକ ଚାଷୀଙ୍କ ଦସ୍ତଖତ ରହିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories