www.samajalive.in
Saturday, December 13, 2025
26.1 C
Bhubaneswar

ଭାରତୀୟ ମହିଳା ଶାଢ଼ୀ ବଦଳରେ ପିନ୍ଧିବେ ପ୍ୟାଣ୍ଟ୍‌

ନୂଆଦିଲ୍ଲୀ: ଏହା ଏକ ପରମ୍ପରା ଥିଲା ଯେ କୌଣସି ଆନ୍ତର୍ଜାତିକ କ୍ରୀଡ଼ା ଇଭେଣ୍ଟର ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ମହିଳା କ୍ରୀଡ଼ାବିତ୍‌ ଶାଢ଼ୀ ଓ ବ୍ଲେଜର ପିନ୍ଧି ମାର୍ଚ୍ଚପାଷ୍ଟରେ ଭାଗ ନେଇଥାଆନ୍ତି। ହେଲେ ଆସନ୍ତା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହି ପରମ୍ପରା ଭାଙ୍ଗିବାକୁ ଯାଉଛି। ଅଷ୍ଟ୍ରେଲିଆର ଗୋଲ୍‌ଡକୋଷ୍ଟରେ ଏପ୍ରିଲ ୪ରୁ ୧୫ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ପ୍ରତିଯୋଗୀ ଶାଢ଼ୀ ବଦଳରେ ପ୍ୟାଣ୍ଟ୍‌ ପିନ୍ଧି ମାର୍ଚ୍ଚପାଷ୍ଟରେ ଭାଗନେବେ। ପ୍ୟାଣ୍ଟ୍‌ ଉପରେ ସେମାନେ ଭାରତୀୟ ବ୍ଲେଜର ପିନ୍ଧିବେ ବୋଲି ଭାରତୀୟ ଅଲିମ୍ପିକ୍‌ ଆସୋସିଏସ୍‌ (ଆଇଓଏ) ଘୋଷଣା କରିଛି।

ଅର୍ଥାତ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ପୁରୁଷ ଓ ମହିଳା ଆଥ୍‌ଲେଟ୍‌ ସମାନ ପ୍ରକାର ପୋଷାକ ପିନ୍ଧି ମାର୍ଚ୍ଚପାଷ୍ଟରେ ଭାଗନେବେ। ଶାଢ଼ୀ ଅପେକ୍ଷା ପ୍ୟାଣ୍ଟ୍‌ ପିନ୍ଧିବା ଦ୍ୱାରା ମହିଳା କ୍ରୀଡ଼ାବିତ୍‌ ମାର୍ଚ୍ଚପାଷ୍ଟରେ ଆରାମରେ ଚାଲିପାରିବେ ବୋଲି ଆଇଓଏ କ୍ରୀଡ଼ାବିତ୍‌ ପରିଷଦର ଅଧ୍ୟକ୍ଷ ମାଳବ ସ୍ରଫ୍‌ କହିବା ସହ ଏଥିପାଇଁ ସେ ଆଇଓଏ ସଭାପତି ନରିନ୍ଦର ବାତ୍ରାଙ୍କୁ ଧନ୍ୟବାଦ ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories