ଖୁଚୁରା ମୁଦ୍ରା ଗ୍ରହଣ କରିବା ପାଇଁ ବ୍ୟାଙ୍କମାନଙ୍କୁ ନିର୍ଦେଶ ଦେଲେ ରିଜର୍ଭ ବ୍ୟାଙ୍କ
ବ୍ୟାଙ୍କମାନଙ୍କୁ ଗ୍ରାହକଙ୍କଠାରୁ ଖୁଚୁରା ମୁଦ୍ରା ଗ୍ରହଣ କରିବାକୁ ନିର୍ଦେଶ ଦେଲେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ)।
ବ୍ୟାଙ୍କମାନଙ୍କରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ନିର୍ଦେଶ । ଏକ ଟଙ୍କିଆ ଓ ଦୁଇଟଙ୍କିଆ ସହ ସମସ୍ତ ଖୁଚୁରା ମୁଦ୍ରା ଓ ଟଙ୍କା ଗ୍ରହଣ କରିବା ପାଇଁ ନିର୍ଦେଶ ।
ବ୍ୟାଙ୍କରେ ପଲିଥିନ ମୁଣା ରଖିବା ପାଇଁ ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି ।
ବ୍ୟାଙ୍କମାନେ ଖୁଚୁରା ଗ୍ରହଣ କରୁ ନଥିବା ଅଭିଯୋଗ ହେଉଥିବାରୁ ଏପରି ନିର୍ଦେଶ ଦିଆଯାଇଛି ।
ବ୍ୟାଙ୍କମାନେ ଖୁଚୁରା ଗ୍ରହଣ କରୁଛନ୍ତି କି ନାହିଁ ସେ ବିଷୟରେ ତଦାରଖ କରିବା ପାଇଁ ବ୍ୟାଙ୍କକୁ ନିୟନ୍ତ୍ରଣ କରୁଥିବା କାର୍ଯ୍ୟାଳୟକୁ ଅଚାନକ ଯାଞ୍ଚ କରିବା ପାଇଁ ନିର୍ଦେଶ ।
ଫେବ୍ରୁଆରୀ ୧୫ ତାରିଖରେ ଏ ବିଷୟରେ ବିଜ୍ଞପ୍ତି ଜାରି କରିଛି ଆରବିଆଇ ।
www.samajalive.in