www.samajalive.in
Tuesday, December 9, 2025
16.1 C
Bhubaneswar

‘ଦି ଆକ୍ସିଡେଣ୍ଟାଲ୍‍ ପ୍ରାଇମ୍ ମିନିଷ୍ଟର’ : ଅନୁପମଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଏତଲା ରୁଜୁ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଚଳଚ୍ଚିତ୍ର ‘ଦ ଆକ୍ସିଡେଣ୍ଟାଲ୍‍ ପ୍ରାଇମମିନିଷ୍ଟର’ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଅନୁପମ୍‍ ଖେରଙ୍କ ସମେତ ୧୪ଜଣ କଳାକାରଙ୍କ ନାମରେ ଏତଲା ରୁଜୁ କରିବା ପାଇଁ ମଙ୍ଗଳବାର ବିହାରର ମୁଜାଫରପୁର ସ୍ଥିତ ଏକ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ, ଆଇନଜୀବୀ ସୁଧୀର ଓଝାଙ୍କ ଅଭିଯୋଗ ପତ୍ରର ଶୁଣାଣି କରି ସବ୍‍ ଡିଭିଜନାଲ୍‍ ଜୁଡିସିଆଲ କୋର୍ଟ ଅନୁପମ ଖେର୍‍ ଓ ବାକି ୧୪ କଳାକାରଙ୍କ ନାମରେ ଏତଲା ରୁଜୁ କରି ତଦନ୍ତ କରିବା ପାଇଁ ମୁଜାଫରପୁର କାଣ୍ଟି ଥାନା ଅଧିକାରୀଙ୍କୁ ଆଦେଶ ଦେଇଛନ୍ତି। ତେବେ ପୂର୍ବରୁ ୨ ଜାନୁଆରୀରେ ଓଝା ଅଦାଲତରେ ଏକ ଅଭିଯୋଗ ପତ୍ର ଦାଖଲ କରିଥିଲେ। ତାଙ୍କ ଅଭିଯୋଗ ଅନୁସାରେ ଚଳଚ୍ଚିତ୍ରରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ଦେଶର ତୁଙ୍ଗ ନେତାମାନଙ୍କ ଭାବମୂର୍ତ୍ତିକୁ ଅସମ୍ମାନ କରି ଚିତ୍ରଣ କରାଯାଇଛି।

ବିଜେପି ସାଂସଦ କିରଣ ଖେରଙ୍କ ସ୍ୱାମୀ ପ୍ରସିଦ୍ଧ ଅଭିନେତା ଅନୁପମ ଖେର ଓ ବିଜେପିର ପୂର୍ବତନ ସାଂସଦ ତଥା ଲୋକପ୍ରିୟ ଅଭିନେତା ବିନୋଦ ଖନ୍ନାଙ୍କ ପୁଅ ଅକ୍ଷୟ ଖନ୍ନା ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। କଂଗ୍ରେସର ଅଭିଯୋଗ ଅନୁସାରେ, ଲୋକସଭା ନିର୍ବାଚନରେ ଲାଭ ଉଠାଇବା ପାଇଁ ବିଜେପି ଏହି ଚଳଚ୍ଚିତ୍ର ନିର୍ମାଣ କରିଛି ଓ ନିର୍ବାଚନ ପାଇଁ ମାତ୍ର ୫ମାସ ବାକି ଥିବା ବେଳେ ଏହାକୁ ମୁକ୍ତିଲାଭ କରାଯାଉଛି।  ଏହି ଚଳଚ୍ଚିତ୍ର ଆସନ୍ତା ୧୧ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories