ମେଟ୍ରୋ କାମ ଚାଲିଥିବାବେଳେ କୋଠା ଉପରେ ଭୁଶୁଡିଲା କ୍ରେନ୍
ଅହମଦାବାଦ : ଗୁଜରାତର ସୁରତରେ ମେଟ୍ରୋର ବଡ ଅବହେଳା ସାମ୍ନାକୁ ଆସିଛି । ସୁରତର ନାନା ବରଛା ଅଞ୍ଚଳରେ ତପୋବନ ସର୍କଲ ନିକଟରେ ମେଟ୍ରୋ କାମ ଚାଲିଥିବାବେଳେ ହାଇଡ୍ରୋଲିକ୍ ମେସିନ୍ ଧରାଶାୟୀ ହୋଇଛି । ହାଇଡ୍ରୋଲିକ୍ ମେସିନକୁ କ୍ରେନରେ ଉଠାଇ ପିଲର ରଖିବାକୁ ଯାଉଥିବା ସମୟରେ ଏମିତି ଦୁର୍ଘଟଣା ଘଟିଥିଲା । ଏହି ସମୟରେ କ୍ରେନ୍ ସ୍ଲିପ୍ ହେବା ଫଳରେ ହାଇଡ୍ରୋଲିକ୍ ମେସିନ ନିକଟସ୍ଥ ଏକ କୋଠା ଉପରେ ପଡିବା ଫଳରେ ଅନେକ କ୍ଷତି ହୋଇଛି ।
#WATCH | A crane fell onto a nearby building during metro construction work in Gujarat’s Surat. No loss of life has been reported. pic.twitter.com/mbhmRL3n6N
— ANI (@ANI) August 22, 2024
ଅଘଟଣରେ କେହି ମୃତାହତ ହୋଇନାହାଁନ୍ତି । କିନ୍ତୁ କୋଠାଟି ଭାଙ୍ଗିଯାଇଛି । ଏହି ସମୟରେ ପ୍ରଚଣ୍ଡ ଶବ୍ଦ ହେବା ଫଳରେ ଲୋକେ ଭୟଭୀତ ହୋଇପଡିଥିଲେ । ଖବର ମିଳିବା ପରେ ଅଗ୍ନିଶମ ବିଭାଗର ଅଧିକାରୀ ଓ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କହିରଖୁଛୁ ଗୁଜରାତରେ ଏବେ କେବଳ ଅହମଦାବାଦରେ ମେଟ୍ରୋ ଗଡୁଛି । ଗୁଜରାତ ମେଟ୍ରୋ ରେଳ କର୍ପୋରେସନ(GMRC)ର ନେତୃତ୍ବରେ ସୁରତ ମେଟ୍ରୋ ରେଳ ପ୍ରକଳ୍ପର କାମ ଚାଲିଛି । ସୁରତରେ ମେଟ୍ରୋ ୨୦୨୬ ସୁଦ୍ଧା ଆରମ୍ଭ ହେବା ଆଶା ରହିଛି ।
Comments are closed.