ପୁରୀ : ଶ୍ରୀମନ୍ଦିରରେ ବୁଧବାର ଦିନ ଶ୍ରୀଜିଉଙ୍କ ବନକନକ ଲାଗି ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ, ବୁଧବାର ଦିନ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ଏହି ଗୁପ୍ତସେବା ଦତ୍ତ ମହାପାତ୍ର ସେବକ କରିବେ ବୋଲି ଜଣାପଡିଛି। ଏହି ସେବା ନୀତି ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଦ୍ବିତୀୟ ଭୋଗ ମଣ୍ଡପ ପରେ ଶ୍ରୀଜିଉଙ୍କ ଦର୍ଶନ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସୂଚନା ମିଳିଛି।



