www.samajalive.in
Saturday, December 6, 2025
17.1 C
Bhubaneswar

ରେଞ୍ଜରଙ୍କ ଶୌଚାଳୟରୁ ମିଳିଲା ବିଡ଼ା ବିଡ଼ା ଟଙ୍କା, ଫାର୍ମରେ ଅଛନ୍ତି ମୟୂର

ସମାଜ ଡିଜିଟାଲ ଡେସ୍କ: ରେଞ୍ଜରଙ୍କ ଶୌଚାଳୟ ଭିତରୁ ମିଳିଛି ବିଡ଼ା ବିଡ଼ା ଟଙ୍କା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ବାସଭବନରେ ଚଢ଼ାଉ ବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି। ଭିଜିଲାନ୍ସ ଟିମକୁ ଦେଖି ରେଞ୍ଜର ଶୌଚାଳୟ ଫ୍ଲସ୍‌ ଟାଙ୍କି ଭିତରେ ଟଙ୍କା ଲୁଚାଇ ଦେଇଥିଲେ। କେବଳ ଶୌଚାଳୟ ନୁହେଁ, ଘରର ବିଭିନ୍ନ ଗୋପନ ସ୍ଥାନରେ ଟଙ୍କା ଲୁଚାଇବାକୁ ଉଦ୍ୟମ କରିଥିଲେ। ଅଧିକାରୀମାନେ ଖୋଳତାଡ଼ କରିବା ପରେ ଫ୍ଲସ ଟାଙ୍କିରୁ ୨ ବିଡ଼ା ଟଙ୍କା ଜବତ କରିଛନ୍ତି। ଟଙ୍କା ପରିମାଣ ପ୍ରାୟ ୫ ଲକ୍ଷ ହେବ ବୋଲି ଜଣାପଡ଼ିଛି। ଏହା ସହିତ ଆଠଗଡ଼ରେ ଥିବା ଏକ ଏସି ଫାର୍ମରେ ଚଢ଼ାଉ ସମୟରେ ସେଠାରେ ମୟୂର, ଠେକୁଆ ସମେତ ଅନ୍ୟ ବନ୍ୟ ଜୀବଜନ୍ତୁ ରଖାଯାଇଥିବା ସାମ୍ନାକୁ ଆସିଛି। ଏହା ସହିତ ଘରୁ ୫୦୦ ଗ୍ରାମ ଓଜନର ସୁନା ଅଳଙ୍କାର ଠାବ ହୋଇଥିବା ଜଣାପଡ଼ିଛି।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ୮ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି। କଟକ, ଭୁବନେଶ୍ଵର ଏବଂ ଢେଙ୍କାନାଳରେ ଥିବା ରେଞ୍ଜରଙ୍କ ବିଭିନ୍ନ ଜାଗାରେ ଏହି ଚଢ଼ାଉ କରାଯାଉଛି। ଢେଙ୍କାନାଳ ରତ୍ନ ବଜାରରେ ପ୍ଲଟ ନଂ. ୩୧୬/୬୦୩୪ରେ ଏକ ୩ ମହଲା କୋଠା, ପ୍ଲଟ ନଂ. ୩୧୬/୬୫୪୦/୧୦୬୩୮ରେ ୨ ମହଲା କୋଠା, କଟକ ଜିଲା ଆଠଗଡ଼ର ରାହାଙ୍ଗୋଲଠାରେ ଥିବା ବ୍ରଏଲର ଫାର୍ମ, ଭୁବନେଶ୍ଵର ରସୁଲଗଡ଼ର ଜିଜିପି କଲୋନୀରେ ବୃନ୍ଦା ବସେରା ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍‌, ଆଠଗଡ଼ର ବୀରକିଶୋରପୁରସ୍ଥିତ ପୈତୃକ ବାସଭବନ, ଢେଙ୍କାନାଳରେ ଥିବା ସମ୍ପର୍କୀୟଙ୍କ ଘର, ଢେଙ୍କାନାଳରେ ଥିବା ମିଶ୍ରଙ୍କ କାର୍ଯ୍ୟାଳୟ ଏବଂ ସରକାର ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories