www.samajalive.in
Thursday, December 11, 2025
18.1 C
Bhubaneswar

ଚିରଞ୍ଜୀବୀଙ୍କ ଜନ୍ମଦିନରେ ପ୍ରଶଂସକଙ୍କୁ ବଡ଼ ଉପହାର; ଆସିଲା ‘ବିଶ୍ଵମ୍ଭରା’ର ପ୍ରଥମ ଲୁକ୍

ମୁମ୍ବଇ: ମେଗାଷ୍ଟାର ଚିରଞ୍ଜୀବୀ ଗୁରୁବାର ତାଙ୍କ ୬୯ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଖାସ୍‌ ଅବସରରେ ଅନେକ ତାରକା ଓ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅପରପକ୍ଷେ ଅଭିନେତାଙ୍କ ଜନ୍ମଦିନରେ ପ୍ରଶଂସକଙ୍କୁ ମଧ୍ୟ ମଳିଛି ବଡ଼ ଉପହାର। ଏବେ ନିଜ ଆଗାମୀ ଚଳଚ୍ଚିତ୍ର ‘ବିଶ୍ଵମ୍ଭରା’କୁ ନେଇ ଚର୍ଚ୍ଚାରେ ଅଛନ୍ତି ଚିରଞ୍ଜୀବୀ। ତେବେ ଆଜି ଅଭିନେତାଙ୍କ ଜନ୍ମଦିନ ଅବସରରେ ଫିଲ୍ମର ପ୍ରଥମ ଲୁକ୍ ପୋଷ୍ଟର ଜାରି କରିଛନ୍ତି ନିର୍ମାତା, ଯାହାକୁ ଦେଖି ଉତ୍ସାହିତ ହୋଇଛନ୍ତି ପ୍ରଶଂସକ।


ପୋଷ୍ଟରରେ ଚିରଞ୍ଜୀବୀଙ୍କ ଦମ୍‌ଦାର୍‌ ଅବତାର ଦେଖିବାକୁ ମିଳିଛି। ଏଥିରେ ସେ ଏକ ତ୍ରିଶୁଳ ଧରି ପ୍ରଭାବଶାଳୀ ରୂପରେ ନଜର ଆସିଛନ୍ତି। ପୋଷ୍ଟରରେ ସେ ଏକ ପାହାଡ଼ରେ ଆଣ୍ଠୁ ମାଡ଼ି ଗମ୍ଭୀର ଭାବରେ ବସିଛନ୍ତି। ଏହି ଲୁକ୍‌ ପୋଷ୍ଟର ସାମାଜିକ ଗଣାମାଧ୍ୟମରେ ବେଶ୍‌ ଭାଇରାଲ ହୋଇଛି। ଜାନୁଆରୀ ୧୦, ୨୦୨୫ରେ ପରଦାକୁ ଆସିବ ‘ବିଶ୍ଵମ୍ଭରା’।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories