www.samajalive.in
Saturday, December 6, 2025
17.1 C
Bhubaneswar

୬୦ବର୍ଷର ପ୍ରେମ ପରେ ପରିଣତ ବୟସରେ ବିବାହ; କନ୍ୟାଙ୍କୁ ୯୦ ଓ ବରଙ୍କୁ ୯୫ବର୍ଷ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୬୦ବର୍ଷର ପ୍ରେମ ସମ୍ପର୍କ ସଫଳ ହୋଇଛି। ଆଫ୍ରିକୀୟ ରାଷ୍ଟ୍ର କେନିଆର ମୁକୁରୱିନି ସହରରେ ଜଣେ ୯୫ବର୍ଷୀୟ ବୃଦ୍ଧ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ତାଙ୍କ ପତ୍ନୀଙ୍କ ବୟସ ୯୦ବର୍ଷ ହେବ। ଇବ୍ରାହିମ ଏମବୋଗୋ ନାମକ ଏହି ବୃଦ୍ଧ ଗତ ରବିବାର ସ୍ଥାନୀୟ ଚର୍ଚ୍ଚରେ ବାନ୍ଧବୀ ତାବିଥା ୱାଙ୍ଗୁଇଙ୍କୁ ବିବାହ କରିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଇବ୍ରାହିମ କହିଛନ୍ତି ଯେ ୧୯୯୬୦ରେ ସେମାନେ ପରସ୍ପରକୁ ଭେଟିଥିଲେ। ସେହିଦିନଠାରୁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ତେବେ ପରିଣତ ବୟସରେ ବିବାହ କରି ସେମାନେ ଅନ୍ୟମାନଙ୍କ ଲାଗି ଉଦାହରଣ ସୃଷ୍ଟି କରିବାକୁ ସେମାନେ ପାରମ୍ପରିକ ରୀତିରେ ବିବାହ କରିଥିବା ଇବ୍ରାହିମ୍‌‌ କହିଛନ୍ତି। ତାବିଥା କହିଛନ୍ତି ଯେ ସ୍ୱାମୀଙ୍କୁ ସମ୍ମାନ ଜଣାଇବା ପ୍ରତ୍ୟେକ ପତ୍ନୀଙ୍କ କର୍ତ୍ତବ୍ୟ। ଏହି ଧାରା ବଜାୟ ରହିଲେ ଦାମ୍ପତ୍ୟ ଜୀବନ ସୁଖମୟ ହେବ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories