ରେଙ୍ଗାଲିକ୍ୟାମ୍ପ: ଜିଲା ଶିକ୍ଷା ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଅତାବିରା ବ୍ଲକ ସ୍ତରୀୟ ତିନି ଦିନିଆ ଶିକ୍ଷକ ପ୍ରୟୋଗ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, ଅତାବିରା ଉଚ୍ଚ ବିଦ୍ୟାଳୟ ଓ ଗୋଡ଼ଭଗା ଜନତା ଉଚ୍ଚ ବିଦ୍ୟାଳୟ ଆଦି ତିନୋଟି ଶିବିର ଏହି ପ୍ରଶିକ୍ଷଣ ଦିଆଯାଉଛି। ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା, ମନୋଜ ହରପାଲ , ଅଦନ ସୁନା , ବ୍ଲକ ଶିକ୍ଷା ଅଧିକାରୀ ମିଶ୍ରାଣି କୁମ୍ଭାର ଓ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗଙ୍କ ତତ୍ତ୍ଵାବଧାନରେ ଏହି ପ୍ରଶିକ୍ଷଣ ଶିବିର ସକାଳ ୧୦ ଟାରେ ଉଦଘାଟିତ ହୋଇ ଯାଇଛି।
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ୪୯ ଜଣ, ଅତାବିରା ଉଚ୍ଚ ବିଦ୍ୟାଳୟ ରେ ୪୩ ଜଣ ଓ ଗୋଡ଼ଭଗା ଜନତା ଉଚ୍ଚ ବିଦ୍ୟାଳୟ ଠାରେ ୪୫ ଜଣ ମୋଟ ୧୩୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ଗ୍ରହଣ କରିଥିଲେ।
ସିଆରସିସି ସିତାପତୀ ପ୍ରଧାନ, କିଚାକ ସୁନା , ଭକ୍ତ କହ୍ନେଇ, କୃତାର୍ଥ ଭୁ ଏ, ରାଜୀବ ବିଶ୍ଵାଳ, ଜୟଦେବ ନାୟକ, ରଶ୍ମୀ ରାଣୀ ନନ୍ଦ, ରୁସୁଭ ପଣ୍ଡା ଓ ରଞ୍ଜନ ବାଗ ପ୍ରଶିକ୍ଷକ ରୂପେ ତାଲିମ ଦେଇଥିଲେ। ଏହି ଶିବିରରେ ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ, ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ବିଷୟରେ ତାଲିମ ଦିଆଯାଇଥିଲା। ଏହି ପ୍ରଶିକ୍ଷଣ ଶିବିର ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ତିନି ଧରି ଚାଲିବ ବୋଲି ଜଣାପଡିଛି।
Comments are closed.