Patra electronics

୧୨ ବର୍ଷ ପରେ ୨୦ ଅଗଷ୍ଟରେ ବିଶେଷ ଯୋଗ : ଏହି ରାଶିଙ୍କ ସୁନା ଭଳି ଚମକିବ ଭାଗ୍ୟ..

ମୃଗଶିରା ନକ୍ଷତ୍ରର ସ୍ୱାମୀ ମଙ୍ଗଳ । ଏବେ ଏହି ନକ୍ଷତ୍ରରେ ଗୁରୁ ପ୍ରବେଶ କରିବେ । ଗୁରୁଙ୍କର ନକ୍ଷତ୍ର ପରିବର୍ତ୍ତନ ଆଜି ଠାରୁ ମଙ୍ଗଳଙ୍କ ନକ୍ଷତ୍ରରେ ହେବ । ୨୦ ଅଗଷ୍ଟ ୨୦୨୪ରୁ ୨୮ ନଭେମ୍ବର ପର୍ଯ୍ୟନ୍ତ ଏହି ଯୋଗ ଅନେକ ରାଶିକୁ ଶୁଭଫଳ ପ୍ରଦାନ କରିବ । ମାନସିକ ଦୁଃଶ୍ଚିନ୍ତା ଲାଗି ରହିଥିଲେ, ଗୁରୁ ଏହି ନକ୍ଷତ୍ରରେ ପ୍ରବେଶ କରିବା ପରେ ଚିନ୍ତା ଦୂର ହେବ । ଦୀର୍ଘ ୧୨ ବର୍ଷ ପରେ ଏହି ଯୋଗ ହେଉଛି । ଗୁରୁ ପ୍ରଥମେ ରୋହିଣୀ ନକ୍ଷତ୍ରରେ ଚଳନ କରିଥିଲେ, ଏବେ ମଙ୍ଗଳ ନକ୍ଷତ୍ରରେ ଚଳନ କରିବେ । ମଙ୍ଗଳ ନକ୍ଷତ୍ରରେ ଗୁରୁ ମଙ୍ଗଳବାର ଦିନ ରୋହିଣୀ ନକ୍ଷତ୍ରରୁ ମୃଗଶିରା ନକ୍ଷତ୍ରରେ ପ୍ରବେଶ କରିବେ ।ଜାଣନ୍ତୁ କେଉଁ ରାଶିର ବଦଳିବ ଭାଗ୍ୟ..

ମେଷ- ମେଷ ରାଶି ପାଇଁ ଏହି ସମୟ ଖୁବ୍‌ ଶୁଭଙ୍କର । ମେଷ ରାଶିର ସ୍ୱାମୀ ମଙ୍ଗଳ ଗ୍ରହ । ଏହି ନକ୍ଷତ୍ରର ସ୍ୱାମୀ ମଧ୍ୟ ମଙ୍ଗଳ । ଏହାର ପ୍ରଭାବରେ ଆପଣ ଖୁବ୍‌ ଧନ ରୋଜଗାର କରିବେ । ହଠାତ୍‌ ଧନ ପ୍ରାପ୍ତି ହେବ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । ମାତ୍ର ଅଯଥାରେ ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ ।

ରାତିରେ ଖାଦ୍ୟ ଖାଇବାର କେତେ ସମୟ ପରେ ଚାଲିବେ? ମିଳିବ ଆଶ୍ଚର୍ଯ୍ୟଜନକ ଲାଭ..

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କର ଅନେକ ସମସ୍ୟା ଦୂର ହେବ । ପରିଶ୍ରମର ଫଳ ମିଳିବ । ଭଗବାନ ଶିବଶଙ୍କରଙ୍କୁ ପୂଜା କରନ୍ତୁ । ଅତ୍ୟନ୍ତ ଶୁଭଫଳ ମିଳିବ ।

କର୍କଟ – ଦୀର୍ଘ ଦିନରୁ ଅଟକି ଥିବା କାମରେ ସଫଳତା ମିଳିବ । ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ । ବୈବାହିକ ଜୀବନରେ ଥିବା ସମସ୍ୟା ଦୂର ହେବ । ସନ୍ତାନ ଲାଭ ହୋଇପାରେ।

ସିଂହ – ସିଂହ ରାଶି ବ୍ୟକ୍ତି ବିଶେଷଙ୍କର କର୍ମକ୍ଷେତ୍ରରେ ଶୁଭ ପରିବର୍ତ୍ତନ ହେବ । ନୂଆ ଦାୟିତ୍ୱ ମିଳିବ । ବ୍ୟବସାୟୀ ଲାଭବାନ୍‌ ହେବେ । ଯାନ ଓ ଭୂମି କିଣିବାର ଯୋଗ ରହିଛି ।

ରୁପା ବାସନରେ ଖାଇଲେ ଶରୀରକୁ ମିଳିବ ଆଶ୍ଚର୍ଯ୍ୟଜନକ ଲାଭ..

Comments are closed.