www.samajalive.in
Saturday, December 6, 2025
16.1 C
Bhubaneswar

ନିର୍ବାଚନ ପରେ ପରାଜିତ ପ୍ରାର୍ଥିନୀଙ୍କୁ ମିଳୁଛି ଦରମା

ବାସୁଦେବପୁର: ବ୍ଲକ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଏବେ ହାଟରେ ପଡି ଦାଣ୍ଡରେ ଗଡ଼ୁଛି। ନିର୍ବାଚନରେ ପରାଜିତ ପ୍ରର୍ଥିନୀଙ୍କୁ ମିଳୁଛି ଦରମା। ଖୋଦ ବ୍ଲକ ପ୍ରଶାସନ ପକ୍ଷରୁ ଦରମା ପ୍ରଦାନ କରାଯାଉଛି। ବାସୁଦେବପୁର ପଞ୍ଚାୟତ ସମିତିରୁ ଆସିଛି ଏଭଳି ଅଭିଯୋଗ। ମିଳିଥିବା ସୂଚନା ମୁତାବକ, ବାସୁଦେବପୁର ପଞ୍ଚାୟତ ସମିତି ଅଧିନ ବିନାୟକପୁର ପଞ୍ଚାୟତ ୨୦୨୨ ମସିହାରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରଶ୍ମିରଞ୍ଜନ ମଳିକଙ୍କ ସ୍ତ୍ରୀ ରଞ୍ଜିତା ମଳିକ ସମିତିସଭ୍ୟା ଭାବରେ ପ୍ରାର୍ଥୀ ହେବା ସହିତ ନିର୍ବାଚନରେ ବିଜୟୀ ହୋଇଥିଲେ। ମାତ୍ର ପରାଜିତ ପ୍ରାର୍ଥୀନୀ ରଞ୍ଜିତା ମଲ୍ଲିକଙ୍କ ବ୍ୟାଙ୍କ ଜମାଖାତାକୁ ନିୟମିତ ଭାବରେ ପଞ୍ଚାୟତ ସମିତି ପକ୍ଷରୁ ଦରମା ପ୍ରଦାନ କରାଯାଉଛି। ଏନେଇ ଅଭିଯୋଗ ଆଣିବା ପରେ ବିଜୟୀ ହୋଇଥିବା ସମିତିସଭ୍ୟାଙ୍କ ଜମାଖାତାକୁ ଦରମା ପ୍ରଦାନ କରାଯାଇଥିବା ଅଭିଯୋଗକାରିଣୀ କହିଛନ୍ତି। ତେବେ ପରାଜିତ ପ୍ରାର୍ଥିନୀଙ୍କୁ କେଉଁ ଆଧାରରେ ବ୍ଲକ ପ୍ରଶାସନ ପକ୍ଷରୁ ଦରମା ପ୍ରଦାନ କରାଯାଉଥିଲା ତାହାକୁ ନେଇ ଆପତ୍ତି ଉଠାଇଛନ୍ତି ବିଜୟୀ ସମିତି ସଭ୍ୟା। ଏହି ଘଟଣାରେ ସଂପୃକ୍ତ କର୍ମଚାରୀ ଜଣକ ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ହୋଇଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା କୁହାଯାଇଛି। ତେବେ ଏନେଇ ବିଡିଓ ସଞ୍ଜିବ କୁମାର ସାହୁଙ୍କୁ ପଚାରିବାରୁ ଏହି ଘଟଣା ସଂପର୍କରେ ଜାଣିବା ପରେ ତଦନ୍ତ କରାଯାଉଛି ବୋଲି କହିଛନ୍ତି। ଖୁବଶିଘ୍ର ଏହି ସମସ୍ୟାର ସମାଧାନ କରାଯିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories