www.samajalive.in
Saturday, December 6, 2025
17.1 C
Bhubaneswar

ବାଂଲାଦେଶ ହିଂସା ଭିତରେ ଫେରିବେ ପ୍ରବାସୀ ଓଡ଼ିଆ ଶ୍ରମିକ- ଶ୍ରମମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ଲାଗି ରହିଥିବା ହିଂସା ଓ ସେଠାରେ ହିଂସାର ଶିକାର ହେଉଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ବାଂଲାଦେଶରେ ରହୁଥିବା ସମସ୍ତ ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ଯୋଜନା କରିଛନ୍ତି। ଆଜି ଏନେଇ ଶ୍ରମମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି ବାଂଲାଦେଶରେ କେତେ ଓଡ଼ିଆ ଶ୍ରମିକ ଅଛନ୍ତି ତାର ଏକ ତାଲିକା ପ୍ରସ୍ତୁତ ଚାଲିଛି। ସମସ୍ତ ଜିଲାର ଶ୍ରମ ଅଧିକାରୀଙ୍କୁ ଏନେଇ ଦାୟିତ୍ୱ ଦିଆଯାଇଛି। ଶ୍ରମ ଅଧିକାରୀମାନେ ନିଜ ନିଜ ଜିଲାର ସରକାରୀଭାବେ ତାଲିକା ପଠାଇବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଚୂଡାନ୍ତ ହେବ। ପ୍ରାଥମିକ ଭାବେ ସରକାରୀ ଡାଟା ମୁତାବକ ଯାଇଥିବା ଶ୍ରମିକମାନଙ୍କ ସହ ଯୋଗାଯୋଗ କରାଯିବ ଏବଂ ପରେ ବେସରକାରୀ ଭାବେ ଯାଇଥିବା ଶ୍ରମିକଙ୍କ ବାବଦରେ ତଥ୍ୟ ସଂଗ୍ରହ କରାଯାଇ ଫେରାଇ ଆଣିବାକୁ ଚେଷ୍ଟା କରାଯିବ। ଆସନ୍ତା ୧୫ରୁ ୨୦ ଦିନ ମଧ୍ୟରେ ସେମାନଙ୍କୁ ଫେରାଇ ଆଣିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ଶ୍ରମମନ୍ତ୍ରୀ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories