www.samajalive.in
Saturday, December 6, 2025
17.1 C
Bhubaneswar

ଇଣ୍ଡି ମେଣ୍ଟରେ ଫାଟ ! ମମତା-ରାହୁଲ ମୁହାଁମୁହିଁ

ସମାଜ ଡିଜିଟାଲ ଡେସ୍କ: କଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ବିରୋଧୀ ଇଣ୍ଡି ମେଣ୍ଟରେ ଫାଟ ଦେଖିବାକୁ ମିଳିଛି। କଲକାତା ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ବଦଳରେ ଦୋଷୀଙ୍କୁ ସୁରକ୍ଷା ଦିଆଯାଉଥିବା ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏକ ଟ୍ବିଟ୍‌ କରିବା ପରେ ଟିଏମସି(ତୃଣମୂଳ କଂଗ୍ରେସ) ଏବଂ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି।

- Advertisement -

ରାହୁଲ ୩ ଦିନ ତଳେ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଲେଖିଥିଲେ ଯେ, ‘କାଠୁଆରୁ କଲକାତା’। କଲକାତା ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦେବା ବଦଳରେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ ହେଉଛି। ଏହା ପରେ ଟିଏମସି ରାହୁଲ ଗାନ୍ଧୀ ଏବଂ କଂଗ୍ରେସକୁ କଡ଼ା ଜବାବ ଦେଇଛି। କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କୁ ଇସ୍ତଫା ଦେବାକୁ ରାହୁଲ କହିବେ କି ବୋଲି ଟିଏମସି ପ୍ରଶ୍ନ କରିଛି। ପୂର୍ବତନ ସାଂସଦ ତଥା ଟିଏମସି ନେତା କୁନାଲ ଘୋଷ ଖବରକାଗଜର ଏକ ରିପୋର୍ଟ ପୋଷ୍ଟ କରି ଲେଖିଛନ୍ତି, କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଜମି ଦୁର୍ନୀତିରେ ଛନ୍ଦି ହୋଇଛନ୍ତି। ତେଣୁ ରାଜ୍ୟପାଳ ଥାବର ଚନ୍ଦ ଗେହଲତ ତାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ନର୍ଦେଶ ଦେଇଛନ୍ତି। ରାହୁଲ ସିଦ୍ଦରମେୟାଙ୍କୁ ଇସ୍ତଫା ଦେବାକୁ କହିବେ କି ବୋଲି କୁନାଲ ପ୍ରଶ୍ନ କରିଛନ୍ତି। ପଶ୍ଚିମବଙ୍ଗ ଘଟଣା ବିଷୟରେ ଠିକ୍‌ ତଥ୍ୟ ନ ଜାଣି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପଦକ୍ଷେପ ବିଷୟରେ ନ ବୁଝି ରାହୁଲ ମନ୍ତବ୍ୟ ଦିଅନ୍ତୁ ନାହିଁ। ବରଂ ନିଜ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପଦକ୍ଷେପ ନିଅନ୍ତୁ ବୋଲି କୁନାଲ କହିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories