www.samajalive.in
Wednesday, December 10, 2025
15.1 C
Bhubaneswar

ବାଇକଆରୋହୀଙ୍କୁ ପିକପ ଭେନ ଧକ୍କା, ଜଣେ ମୃତ ୨ ଗୁରୁତର 

କଣ୍ଟାବାଞ୍ଜି : କଣ୍ଟାବାଞ୍ଜିରୁ ୨୦କିମି ଦୂର କାନୁଡ଼ ଛକ ବରଗଛ ନିକଟ ୪୬ନମ୍ବର ରାଜ୍ୟ ରାଜପଥ ଠାରେ ଆଜି କଣ୍ଟାବାଞ୍ଜି ପାର୍ଶ୍ବରୁ ହୋଣ୍ଡା ବାଇକରେ ବୋଲବମପାଣି ଆଣି ବାକୁ  ଯାଉଥିବା ସମୟ ରେ ବେଲପଡା ପଟୁ ଦ୍ରୁତ ଗତିରେ ଆସୁଥିବା ମାକ୍ସ ପିକଅପ ଭ୍ୟାନ ଧକ୍କା ଦେଇଥିଲା। ଫଳରେ ବାଇକରେ ଯାଉଥିବା ତିନି ଜଣଙ୍କ ମଧ୍ୟରୁ ଜଣକ ଅବସ୍ଥା ସଂକଟାପନ୍ନ ଥିବା ବେଳେ ୨ ଜଣଙ୍କୁ କଣ୍ଟାବାଞ୍ଜି ଆମ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।
ସେମାନଙ୍କ  ମଧ୍ୟରୁ ପବନ ହରପାଳ(୧୭)ବର୍ଷକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଦୁଇଜଣ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଭୀମଭୋଇ ହସ୍ପିଟାଲ କୁ ଆମ୍ବୁଲାଏନ୍ସ ଯୋଗେ ସ୍ଥାନାନ୍ତର କରାଯାଇଥିବା କଣ୍ଟାବାଞ୍ଜି ପୁଲିସ  ସୂଚନା ଦେଇଛି। ମୃତକ ପବନ ହରପାଳ ଓ ଲକ୍ଷ୍ମଣ ହରପାଳ(୨୮)ଉଭୟ ମୁରିବାହାଲ ଥାନା ଗୁଡିଘାଟ ଅଞ୍ଚଳ ହୋଇଥିବା ବେଳେ, ଜଗନ୍ନାଥ ଭୋଇ(୨୩) ସତୀଘାଟ ଗ୍ରାମର ବୋଲି ଜଣା ପଡିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories