www.samajalive.in
Friday, December 5, 2025
17.1 C
Bhubaneswar

ଏମ୍‌ସ ଡାକ୍ତରଙ୍କ ଆତ୍ମହତ୍ୟା, ମାତ୍ରାଧିକ ଔଷଧ ସେବନ କରି ଜୀବନ ହାରିଲେ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀ ଏମ୍‌ସର ଜଣେ ଡାକ୍ତର ମାତ୍ରାଧିକ ଔଷଧ ସେବନ କରି ଆତ୍ମହତ୍ୟା କରିଛନ୍ତି। ମୃତ ଡାକ୍ତର ଜଣକ ହେଉଛନ୍ତି ୩୪ ବର୍ଷୀୟ ରାଜ ଘୋନିୟା। ସେ ଜଣେ ସ୍ନାୟୁ ବିଶେଷଜ୍ଞ। ତାଙ୍କ ଘର ଗୁଜରାଟର ରାଜକୋଟରେ। ଦିଲ୍ଲୀର ଗୌତମ ନଗର ଅଞ୍ଚଳରେ ରହୁଥିବା ଘରୁ ପୁଲିସ ତାଙ୍କ ମୃତଦେହ ଜବତ କରିଛି। ମୃତଦେହ ନିକଟରୁ ଏକ ସୁଇସାଇଡ୍‌ ନୋଟ୍, ଔଷଧ ଏବଂ ସିରିଞ୍ଜ ମିଳିଛି। ପୁଲିସ ଜବତ କରିଥିବା ସୁଇସାଇଡ୍‌ ନୋଟରେ ରାଜ ଆତ୍ମହତ୍ୟା ପାଇଁ କାହାକୁ ଦାୟୀ କରିନାହାନ୍ତି।

ରବିବାର ଅପରାହ୍ନ ୨ଟାରେ ପୁଲିସ କଂଟ୍ରୋଲ ରୁମକୁ ଏକ ଫୋନ୍‌ ଆସିଥିଲା। ଜଣେ ଡାକ୍ତର ଆତ୍ମହତ୍ୟା କରିଥିବା ପୁଲିସକୁ ଫୋନ କରି କୁହାଯାଇଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଚେତ ଅବସ୍ଥାରେ ପଡ଼ିଥିବା ରାଜଙ୍କୁ ଉଦ୍ଧାର କରି ଏମ୍‌ସ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories