www.samajalive.in
Saturday, December 6, 2025
14.1 C
Bhubaneswar

ଆମେରିକାରେ କାର୍‌ ଦୁର୍ଘଟଣା, ୩ ଭାରତୀୟ ବଂଶଜଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଆମେରିକାରେ ଏକ କାର ଦୁର୍ଘଟଣାରେ ୩ ଭାରତୀୟ ବଂଶଜଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ ଗୋଟିଏ ପରିବାରର। ମୃତକମାନେ ହେଲେ ମଣି ଅରବିନ୍ଦ(୪୫), ସ୍ତ୍ରୀ ପ୍ରଦୀପା ଅରବିନ୍ଦ ଏବଂ ସେମାନଙ୍କ ୧୭ ବର୍ଷୀୟା ଝିଅ ଆନ୍ଦ୍ରିଲ ଅରବିନ୍ଦ। ସମସ୍ତେ ଉତ୍ତର ଟେକ୍ସାସ ସହରରେ ରହୁଥିଲେ।

ରବିବାର ଅରବିନ୍ଦ ଏବଂ ତାଙ୍କ ସ୍ତ୍ରୀ ପ୍ରଦୀପା ନିଜ ଝିଅ ଆନ୍ଦ୍ରିଲକୁ ଦଲ୍ଲାଲସ୍ଥିତ ଟେକ୍ସାସ ବିଶ୍ଵବିଦ୍ୟାଳୟରେ ଛାଡ଼ିବାକୁ କାର ଯୋଗେ ଯାଉଥିଲେ। ବାଟରେ ଅନ୍ୟ ଏକ କାର ସହିତ ଅରବିନ୍ଦଙ୍କ କାର ଧକ୍କା ହୋଇଥିଲା। ଦୁର୍ଘଟଣାରେ ଅରବିନ୍ଦଙ୍କ ପୂରା ପରିବାର ପ୍ରାଣ ହରାଇଛନ୍ତି। ସେହିପରି ଅନ୍ୟ କାର୍‌ର ଡ୍ରାଇଭର ଏବଂ ଜଣେ ଯାତ୍ରୀ ମଧ୍ୟ ପ୍ରାଣ ହରାଇଛନ୍ତି ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories