୨୪ ଘଣ୍ଟାରେ ଆଳୁ ସମସ୍ୟା ଦୂର ନହେଲେ ଧାରଣା ଦିଆଯିବ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ଦେଖା ଦେଇଥିବା ଆଳୁ ସଙ୍କଟ ନେଇ ସବୁଠି ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ଆଳୁ ସମସ୍ୟା ନେଇ ସରକାରଙ୍କ ୨୪ଘଣ୍ଟାର ମହଲତ ଦେଇଛି ନାଗରିକ ସୁରକ୍ଷା ମଞ୍ଚ। ଆସନ୍ତା ୨୪ଘଣ୍ଟାରେ ସଙ୍କଟ ଦୂର ନହେଲେ ମୁଖ୍ୟମନ୍ତ୍ରୀ ବାସଭବନ ଆଗରେ ଧାରଣାରେ ବସିବାକୁ ଚେତାବନୀ ଦିଆଯାଇଛି। ମାସେ ହେଲାଣି ଆଳୁ ସଙ୍କଟ ଲାଗି ରହିଛି। ଶହେ ଟଙ୍କା ତିନି କିଲୋ ଆଳୁ ଗୋଟିଏ ଦିନ ସରକାର ଚୁପ ବସିଛନ୍ତି। ଆଳୁ ପ୍ରତ୍ୟେକ ସାଧାରଣ ଲୋକଙ୍କ ଆବଶ୍ୟକତା। ଦିନେ ଅଧେ ଆଳୁ ଦେଶ ଅଫିସର ମାନେ ଫଟୋ ଉଠାଉଥିଲେ। ଏବେ ଅଫିସର କୁଆଡେ ଗଲେ ପ୍ରଶ୍ନ କରିଛନ୍ତି ନାଗରିକ ସୁରକ୍ଷା ମଞ୍ଚର ସଭାପତି।

Comments are closed.