www.samajalive.in
Saturday, December 6, 2025
19.1 C
Bhubaneswar

ଛାତ୍ରୀଙ୍କୁ ଅଶ୍ଳୀଳ ବ୍ୟବହାର ଅଭିଯୋଗ : ପ୍ରଧାନଶିକ୍ଷକ ନିଲମ୍ବିତ

ସବଡେଗା : ଆଶ୍ରମ ବିଦ୍ୟାଳୟ ଛାତ୍ରୀ ନିବାସର ଛାତ୍ରୀଙ୍କୁ ଅଶ୍ଳୀଳ ବ୍ୟବହାର କରିବା ଅଭିଯୋଗରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ସୁନ୍ଦରଗଡ଼ ଜିଲା ସୀମାନ୍ତ ବାଲିଶଙ୍କରା ବ୍ଲକର କନ୍ୟାଶ୍ରମ ଆବାସିକ ବିଦ୍ୟାଳୟର ଶତାଧିକ ଅନ୍ତେବାସୀ ପ୍ରଧାନଶିକ୍ଷକଙ୍କ ବିରୋଧରେ ଅଶ୍ଲୀଳ ବ୍ୟବହାର ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ଗିରଫ ଓ ନିଲମ୍ବନ ଦାବିରେ ଉତ୍ତ୍ୟକ୍ତ ଛାତ୍ରୀ ଶୁକ୍ରବାର ସକାଳ ୬ଟାରୁ ଭାଟିପଡ଼ା ମୁଖ୍ୟରାସ୍ତାରେ ୬ଘଣ୍ଟା ଧାରଣା ସହ ରାସ୍ତା ଅବରୋଧ କରିଥିଲେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଯାନବାହାନ ଅଟକି ରହିଥିଲା। ଘଟଣାସ୍ଥଳରେ ଏସଡିପିଓ ହିମାଂଶୁଭୂଷଣ ବେହେରା, ତଳସରା ପୁଲିସ, ଉପଜିଲାପାଳ ଦାଶରଥି ସରାବୁ, ଜିଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନ, ତହସିଲଦାର ଗୌରହରି ମହନ୍ତ ପ୍ରମୁଖ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀ ଓ ଛାତ୍ରୀଙ୍କୁ ବୁଝାସୁଝା କରିଥିଲେ। ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଗ୍ରାମବାସୀ ଓ ଅଭିଭାବକ ଜିଲା ମଙ୍ଗଳ ଅଧିକାରୀ ଶ୍ରୀ ପ୍ରଧାନଙ୍କୁ ଘେରିଥିଲେ।  ଜିଲା ମଙ୍ଗଳ ଅଧିକାରୀ ଶ୍ରୀ ପ୍ରଧାନ ଅଭିଯୁକ୍ତ ପ୍ରଧାନଶିକ୍ଷକ ପ୍ରମୋଦ ପଟେଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବା ପ୍ରତିବାଦରେ ଛାତ୍ରୀ ରାସ୍ତାକୁ ଓହ୍ଲାଇଥିଲେ ସେମାନେ କହିଥିଲେ। ଉପଜିଲାପାଳ ଶ୍ରୀ ସରାବୁ ଅଭିଭାବକ, ଗ୍ରାମବାସୀ ଓ ଛାତ୍ରୀଙ୍କୁ ଆଶ୍ବାସନା ଦେଇ ୨୪ଘଣ୍ଟା ଭିତରେ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଗିରଫ ଏବଂ ନିଲମ୍ବନ କରାଯିବାକୁ ଏକ ଲିଖିତ ପ୍ରତିଶ୍ରୁତି ଦେବା ପରେ ମଧ୍ୟାହ୍ନ ୧୨ଟାରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ଆନ୍ଦୋଳନରେ ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ, ଜିଲାପରିଷଦ ସଭ୍ୟ ପ୍ରମୁଖ ଜନପ୍ରତିନିଧି ସାମିଲ ହୋଇଥିଲେ। ବାଲିଶଙ୍କରା କନ୍ୟାଶ୍ରମ ଆବାସିକ ବିଦ୍ୟାଳୟର ଅନ୍ତେବାସୀଙ୍କୁ ପ୍ରଧାନଶିକ୍ଷକ ପ୍ରତିଦିନ ରାତ୍ରି ୮ଟାରୁ ୧୧ଟା ପର୍ଯ୍ୟନ୍ତ ଟ୍ୟୁସନ ପଢ଼ାଇବା ବାହାନାରେ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରୁଥିଲେ ବୋଲି ଅଭିଯୋଗ ହୋଇଆସୁଛି। ଶୁକ୍ରବାର ଚାରିଜଣ ଛାତ୍ରୀଙ୍କୁ ସମ୍ପୃକ୍ତ ପ୍ରଧାନଶିକ୍ଷକ ଏଭଳି ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ କରିଛନ୍ତି। ଏହି ଘଟଣା ନେଇ ଛାତ୍ରୀମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ଶତାଧିକ ଛାତ୍ରୀ ବିଦ୍ୟାଳୟର ପଛ ଗେଟ ଦେଇ ବାହାରିଯାଇ ଗାଁ ଲୋକଙ୍କୁ କହିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ଓ ଲୋକପ୍ରତିନିଧିଙ୍କ ସହ ଛାତ୍ରୀ ରାସ୍ତାକୁ ଓହ୍ଲାଇଥିଲେ । ଗତ ଦୁଇବର୍ଷ ପୂର୍ବେ ଏହି ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଙ୍କୁ ସମ୍ପୃକ୍ତ ପ୍ରଧାନଶିକ୍ଷକ କୁତ୍ସିତ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ନେଇ ରାସ୍ତାରୋକ ହୋଇଥିଲା।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories