ଗରମ ପାଣିରେ ଜୀଅନ୍ତା ପକାଉଥିଲେ ଯୁବତୀ: ଚିଙ୍ଗୁଡି ନେଲା ପ୍ରତିଶୋଧ !
ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ‘ଚିଙ୍ଗୁଡିର ପ୍ରତିଶୋଧ’ ବୋଲି କୁହାଯାଉଛି । ଭିଡିଓରେ ଜଣେ ଯୁବତୀ ନଜର ଆସୁଛନ୍ତି । ସେ ତାଙ୍କ ସାମ୍ନାରେ ଥୁଆ ହୋଇଥିବା ଅନେକ ପ୍ରକାର ଖାଦ୍ୟର ମଜା ନେଉଛନ୍ତି । ଏହା ପରେ ସେ ଏକ ଜୀବନ୍ତ ବଡ ଚିଙ୍ଗୁଡି(ଲବଷ୍ଟର)କୁ ଗରମ ପାଣିରେ ପକାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏହା ପରେ ବାଜି ପଲଟି ଯାଉଛି । ଏବଂ ଚିଙ୍ଗୁଡିଟି ପ୍ରତିଶୋଧ ନେଉଛି । ଦେଖନ୍ତୁ ଭିଡିଓ..
Woman tries to boil alive shrimp and finds out pic.twitter.com/BlkGiaHjmJ
— Crazy Clips (@crazyclipsonly) August 13, 2024
ଯୁବତୀଜଣକ ଚିଙ୍ଗୁଡିକୁ ଗରମ ପାଣିରେ ପକାଇବାକୁ ଚେଷ୍ଟା କରିବା ସମୟରେ ଏହା ଖସିପଡି ଦୂରରେ ପଡୁଛି । ସେ ପୁଣି ଧରିବାକୁ ଚେଷ୍ଟା କରିବା ସମୟରେ ଚିଙ୍ଗୁଡିଟି ଯୁବତୀଙ୍କ ହାତକୁ କାମୁଡିଦେଉଛି । ଯୁବତୀଜଣକ କଷ୍ଟରେ ଜୋରରେ ଚିତ୍କାର କରୁଛନ୍ତି । ଭିଡିଓକୁ ୭ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ସମସ୍ତେ ଏହାକୁ ପସନ୍ଦ କରିବା ସହ ପ୍ରତିକ୍ରିୟା ରଖି ମଜାରେ କହୁଛନ୍ତି, ଚିଙ୍ଗୁଡି ନିଜ ପ୍ରତି ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ନେଇଛି ।
Comments are closed.