ଭୁବନେଶ୍ୱର : ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ୭୮ତମ ସ୍ୱାଧିନତା ଦିବସ ସମାରୋହରେ ପାଳିତ ହୋଇଯାଇଛି। ମ୍ୟୁଜିୟମ ଛକସ୍ଥିତ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତି ନିକଟରେ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାଧିନତା ଦିବସ ସମାରୋହରେ ରାଜ୍ୟ ସଂଯୋଜକ ତଥା ପାଇକଗୁରୁ “କେଦାର ନାଥ ଦାସ” ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଜାତୀୟ ସଂଗୀତ ଗାନ ପରେ ସାମରିକ ଅଭିବାଦନ ଗ୍ରହଣ କରିଥିଲେ।
ଭାରତ ବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମର ବହ୍ନି ଏହି ମାଟିରୁ ଆରମ୍ଭ ହୋଇଥିଲା ଯାହା ପାଇକ ବିଦ୍ରୋହ ନାମରେ ନାମିତ, ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧିନତା ସଂଗ୍ରାମର ମାନ୍ୟତା ମିଳିଲେ ପାଇକ ମାନଙ୍କ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଚଳୀ। ଏହି ଅବସରରେ ଅଧିବକ୍ତା ଯୁବନେତା ମିତ୍ରଭାନୁ ମହାପାତ୍ର ଅତିଥି ଭାବରେ ଯୋଗଦାନ କରି ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନ ଅତୁଳନୀୟ ବୋଲି କହିଥିଲେ।
ବିଜୟ କୁମାର ଆଇଚ ଛୋଟ ବାଳକ ବାଜି ରାଉତ ଠାରୁ ଆରମ୍ଭ କରି ବକ୍ସି ଜଗବନ୍ଧୁ, ମାଧବ ଚନ୍ଦ୍ର ରାଉତରାୟ, କୃତ୍ତିବାସ ପାଟ୍ଟଶାଣୀ, ପିଣ୍ଡିକି ବାହୁ ବଳେନ୍ଦ୍ରଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରକାଶ କରିଥିଲେ। ପୂଣ୍ୟାତ୍ମା ଗୋପବନ୍ଧୁଙ୍କ ଠାରୁ ମା ରମାଦେବୀଙ୍କ ଭୂମିକାର ପଟ୍ଟାନ୍ତର ନାହିଁ। ଏହି ଅବସରରେ ବିଦ୍ୟାଧର ପଟ୍ଟନାୟକ, ପ୍ରାଣନାଥ ବିଶ୍ୱାଳ, ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ଉପଦେଷ୍ଟା ଭୀମସେନ ବିଶ୍ୱାଳ, ସମରଜିତ୍ ନାୟକ ପ୍ରମୁଖ ଯୋଗଦାନ କରିଥିଲେ। ରାଜ୍ୟ ମୁଖପାତ୍ର ରାଜୀବ ନୟନ ରଥ ଧନ୍ୟବାଦ ପ୍ରଦାନ କରିଥିଲେ। ପାଇକଗୁରୁ ଦାଶରଥି ରଣସିଂହଙ୍କ ଦଳ ସମର କଳା ପ୍ରଦର୍ଶନ କରିଥିଲେ।



