www.samajalive.in
Monday, December 8, 2025
13.1 C
Bhubaneswar

ଡାକ୍ତରଙ୍କୁ ଆକ୍ରମଣର ୬ ଘଣ୍ଟା ମଧ୍ୟରେ ରୁଜୁ ହେବ ଏତଲା – ନିର୍ଦ୍ଦେଶ ଦେଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ଡେସ୍କ: କୋଲକାତାରେ ଜଣେ ମହିଳା ଡାକ୍ତରଙ୍କୁ ନିର୍ମମ ଭାବେ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଥିବା ବେଳେ ଜଣେ ସ୍ବାସ୍ଥ୍ୟକର୍ମୀଙ୍କ ସହ ହିଂସାକାଣ୍ଡ ଘଟିବାର ୬ ଘଣ୍ଟା ମଧ୍ୟରେ ଏତଲା ଦାୟର କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ଡାକ୍ତର ଅତୁଲ ଗୋଏଲ କହିଛନ୍ତି ଯେ ସରକାରୀ ଡାକ୍ତରଖାନାଗୁଡିକରେ ଡାକ୍ତର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବା କର୍ମଚାରୀମାନେ ଡ୍ୟୁଟି ସମୟରେ ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟଙ୍କ ଦ୍ୱାରା ଶାରୀରିକ ହିଂସା ଏବଂ ମୌଖିକ ନିର୍ଯାତନାର ଶିକାର ହୁଅନ୍ତି। ତେଣୁ ଏକ ଚିଠିରେ ଶ୍ରୀ ଗୋଏଲ କହିଛନ୍ତି ଯେ ଏଭଳି ଘଟଣା ଘଟିବାର ସର୍ବାଧିକ ୬ ଘଣ୍ଟା ମଧ୍ୟରେ ଏଫଆଇଆର ଦାଖଲ ନ କଲେ ଅନୁଷ୍ଠାନର ମୁଖ୍ୟମାନେ ଦାୟୀ ରହିବେ।

- Advertisement -

ଅଗଷ୍ଟ ୯ ତାରିଖରେ କୋଲକାତାର ଆର ଜି କର ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କୁ ଯୌନ ନିର୍ଯାତନା ଓ ହତ୍ୟା ଘଟଣା ପରେ କଠୋର ପଦକ୍ଷେପ ଦାବିରେ ଡାକ୍ତରମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (ଆଇଏମ୍ଏ) ଅନୁଯାୟୀ, ୭୫ ପ୍ରତିଶତରୁ ଅଧିକ ଡାକ୍ତର ଡ୍ୟୁଟି ସମୟରେ କୌଣସି ନା କୌଣସି ହିଂସାର ସମ୍ମୁଖୀନ ହେବା ସହ ପ୍ରାୟ ପ୍ରତିଦିନ ସେମାନଙ୍କୁ ଗାଳିଗୁଲଜର ଶିକାର ହେବାକୁ ପଡ଼ୁଛି।

ସେପଟେ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏହି ମାମଲାର ତଦନ୍ତ କରୁଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories