www.samajalive.in
Tuesday, November 18, 2025
27.1 C
Bhubaneswar

ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ଜେଲ ଯିବେ, ଆସିଲା ନିର୍ଦ୍ଦେଶ

ଡେସ୍କ: ଯଦି ସରକାରୀ ଡାକ୍ତରଖାନାର ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀଙ୍କୁ କେହି ଶାରୀରିକ ଆଘାତ ଦେବାକୁ ଚେଷ୍ଟା କରେ କି ଆଘାତ ଦିଏ, ସେ କ୍ଷେତ୍ରରେ ଆକ୍ରମଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବ ପୁଲିସ। ଆଜି କେନ୍ଦ୍ର ସ୍ୱାସ୍ଥ୍ୟ କଲ୍ୟାଣ ମନ୍ତ୍ରାଳୟ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି।

ବିଜ୍ଞପ୍ତି ଅନୁଯାୟୀ, ଦେଶରେ ଥିବା ସରକାରୀ ଡାକ୍ତରଖାନା ଗୁଡିକରେ ଦିନକୁ ଦିନ କାର୍ଯ୍ୟରତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଛି। ସେମାନଙ୍କ ଉପରେ ହେଉଥିବା ଆକ୍ରମଣ ଯୋଗୁ ସେମାନେ ମଧ୍ୟ ଆହତ ହେଉଛନ୍ତି। ଅନେକ ସମୟରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ ପାଟିତୁଣ୍ଡ କରିବା ଠାରୁ ଆରମ୍ଭ କରି ମାଡପିଟ ଓ ଗଣ୍ଡଗୋଳ ମଧ୍ୟ ହେଉଛି।

- Advertisement -

ଏହାକୁ ଦୃଷ୍ଟିରେ ରଖି ଏଣିକି କାର୍ଯ୍ୟ କ୍ଷେତ୍ରରେ ଏଭଳି ପରିସ୍ଥିତି ଉପୁଜିଲେ, ସମ୍ପୃକ୍ତ ହସ୍ପିଟାଲର ମୁଖ୍ୟ ୬ ଘଣ୍ଟା ମଧ୍ୟରେ ନିକଟସ୍ଥ ପୁଲିସ ଷ୍ଟେସନରେ ଏତଲା ଦାୟର କରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ କିମ୍ବା ନିର୍ଦ୍ଦେଶକ, ସମସ୍ତ ଏମସ ଏବଂ କେନ୍ଦ୍ର ସରକାରଙ୍କ ଅଧିନସ୍ତ ସମସ୍ତ ହସ୍ପିଟାଲ ଓ ପ୍ରତିଷ୍ଠାନକୁ ଅବଗତ କରାଯାଇଛି।

Hot this week

୫୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୩ ଗିରଫ

ସମାଜଲାଇଭ ଡେସ୍କ: ରାଜଧାନୀ ଭୁବନେଶ୍ଵରରୁ ୪୭୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି।...

କିଏ ଏହି ହିଡମା , ଯାହାକୁ ଧରିବା ପାଇଁ ଥିଲା ୧କୋଟି ଟଙ୍କାର ପୁରସ୍କାର ?

ମାଲକାନଗିରି : ମାଓବାଦୀ ମୁକ୍ତ ଅପରେସନରେ ଆଜି ସକାଳେ ମାଲକାନଗିରି ସୀମାନ୍ତରେ...

ସାଇବର ଠକେଇ: ୧୨ ଗିରଫ

ଝାରସୁଗୁଡା: ଝାରସୁଗୁଡାରେ ବଡଧରଣର ସାଇବର ଠକେଇର ପର୍ଦ୍ଦାଫାଶ ହୋଇଛି। ଝାରସୁଗୁଡା ପୁଲିସ୍‌...

ଏସସିବିରେ ଲଜ୍ଜା: ଆଇସିୟୁ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ସମାଜଲାଇଭ ଡେସ୍କ: କଟକ ବଡ଼ ଡାକ୍ତରଖାନାରେ ଘଟିଛି ଲଜ୍ଜାଜନକ ଘଟଣା। ବଡ଼...

୧୦ ଅଭିଯୁକ୍ତଙ୍କ ନାଁରେ ଏନ୍‌ଆଇଏ ଚାର୍ଜସିଟ୍

ଭୁବନେଶ୍ଵର : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ...

Related Articles

Popular Categories