www.samajalive.in
Thursday, December 11, 2025
14.1 C
Bhubaneswar

‘ବାମ ଆଣ୍ଡ ରାମ’କୁ ଦୋଷ ଦେଇ ଖସିପାରିବେନି ମମତା – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଡେସ୍କ: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ହୋଇଥିବା ଭଙ୍ଗାରୁଜା ପଛରେ ବିରୋଧୀ ଦଳର ହାତ ଥିବା ଅଭିଯୋଗ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ମମତା ବାନାର୍ଜୀ ଅସନ୍ତୋଷକୁ ଲୁଚାଇବା, ଦମନ କରିବା ଏବଂ ଅପରାଧୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବା ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପଶ୍ଚିମବଙ୍ଗରେ ବାରମ୍ବାର ବ୍ୟବସ୍ଥାଗତ ବିଫଳତା ଦେଖାଦେଇଛି। କିନ୍ତୁ ଏହାର ଦୋଷ ‘ବାମ ଆଣ୍ଡ ରାମ’ଙ୍କ ଉପରେ ଦିଆଯାଉଛି। ମମତା ଦିଦିଙ୍କ ଏଭଳି ବୟାନ ଅତ୍ୟନ୍ତ ଘୃଣ୍ୟ, ଲଜ୍ଜାଜନକ ଏବଂ ନିନ୍ଦନୀୟ ବୋଲି ମାତୃ ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମ ଏକ୍ସରେ ଲେଖିଛନ୍ତି, ସେହି ଦିନ ଦୂର ନୁହେଁ ଯେତେବେଳେ ମମତା ଦିଦି ତାଙ୍କ କୁଶାସନ ପାଇଁ ବିଦେଶୀ ଏବଂ ଏଲିଅନମାନଙ୍କୁ ଦାୟୀ କରିବେ।

- Advertisement -

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ମମତା ଦିଦି ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ମଧ୍ୟ ରାଜନୀତି କରୁଛନ୍ତି। ସେ କହିଛନ୍ତି, ଦୋଷୀଙ୍କୁ ଦଣ୍ଡ ବିଧାନ ସହ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବାର ଆବଶ୍ୟକତା ରହିଛି। ଦୁଷ୍କର୍ମ ଓ ହତ୍ୟା ଭଳି ଏକ ଲୋମହର୍ଷଣକାରୀ ଘଟଣାରେ ରାଜନୀତି କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ଗତ ଅଗଷ୍ଟ ୯ରେ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ପରିଚାଳିତ କୋଲକାତା ସ୍ଥିତ ଆର ଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଇଂଟର୍ଣ୍ଣ କରୁଥିବା ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଜଡିତ ଜଣଙ୍କୁ ସେଠାକାର ପୋଲିସ ଅଗଷ୍ଟ ୧୦ରେ ଗିରଫ କରିଥିଲା।

ତେବେ ଗତକାଲି ଏହି ଘଟଣାରେ ନ୍ୟାୟ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଉପରେ କିଛି ଅସାମାଜିକ ବ୍ୟକ୍ତି ଆକ୍ରମଣ କରିବା ସହ ସମ୍ପୃକ୍ତ ହସ୍ପିଟାଲରେ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି।

Hot this week

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

Related Articles

Popular Categories