www.samajalive.in
Thursday, December 11, 2025
14.1 C
Bhubaneswar

ରେଙ୍ଗାଲିରେ ସ୍ବାଧୀନତା ଦିବସ ପାଳିତ, ଜାତୀୟ ପତାକା ଉତ୍ତୋଳନ କଲେ ତହସିଲଦାର

ରେଙ୍ଗାଲି: ୭୮ତମ ସ୍ବାଧିନତା ଦିବସ ପାଳନ ଅବସରରେ ରେଙ୍ଗାଲି ତହସିଲଦାର ସଦାକର କୁମ୍ଭାର ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ, ଖିଣ୍ଡାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରେଙ୍ଗାଲିବ୍ଲକ ଉନ୍ନୟନ ଅଧିକାରୀ କୃଷ୍ଣଚନ୍ଦ୍ର ଦଳପତି, ସୁରେନ୍ଦ୍ର ସାଏ ସ୍ମୃତି ସଂସଦର ସଭାପତି ଲାଲ୍ ବୀରେନ୍ଦ୍ର ସାଏ, ଅନିତା ସାଏ, ସ୍ମୃତି ସଂସଦର କାର୍ଯ୍ୟକାରୀ ସଭାପତି ପିତାମ୍ବର ବିଶ୍ବାଲ, ସନ୍ତୋଷ ବିଶ୍ବାଲ,ସରିତ ବିଶ୍ବାଲ, ଭବାନୀ ସାହୁ, କାଜୁ ବୁଧିଆ, ପର୍ଶୁରାମ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ।
ରେଙ୍ଗାଲି ଗ୍ରାମପଞ୍ଚାୟତ ଅଫିସ ପ୍ରାଙ୍ଗଣ ରେ ଅନୁଷ୍ଠିତ ସ୍ବାଧିନତା ଦିବସ କାର୍ଯ୍ୟକ୍ରମରେ ସରପଞ୍ଚ ଡ.ଚିତ୍ତରଞ୍ଜନ ବାଗ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ଅଗସ୍ତି ମହପାତ୍ର ସଭାପତିତ୍ବ କରିଥିଲେ। ଏହି ଅବସର ରେ ଆୱାର୍ଡ ସଭ୍ୟ ନରେଶ ଅଗ୍ରୱାଲ ଏବଂ ଗ୍ରାମ ବିକାଶ ସଙ୍ଗଠନର ପରିଚାଳକ ଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇ ଥିଲା। କାର୍ଯ୍ୟକ୍ରମରେ ସମସ୍ତ ୱାର୍ଡ ସଭ୍ୟ, ଆଶା କର୍ମୀ,ସିଆରପି ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।  ସ୍ବାଧିନତା ଦିବସ  ଉପଲକ୍ଷେ ଚାରା ରୋପଣ କରାଯାଇଥିଲା।
ରେଙ୍ଗାଲିବ୍ଲକର ଲଇଡ଼ା ସରସ୍ଵତୀ ଶିଶୁ ମନ୍ଦିର  ଠାରେ ଅନୁଷ୍ଠିତ ସ୍ଵାଧୀନତାରେ  ପରିଚାଳନା ସମିତି ସଭାପତି  ଗଣେଶ ପ୍ରସାଦ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପତାକା ଉତ୍ତୋଳନ କରିଥିଲେ। ପରିଚାଳନା ସମିତି ଉପ ସଭାପତି  ଭବାନୀଶଙ୍କର ନାୟକ , ସଂପାଦକ  ଭବାନୀଶଙ୍କର ଭୋଇ ପୂର୍ବତନ ସଦସ୍ୟା ସମାରୀ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ  ପ୍ରମୋଦ କୁମାର କଟରୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ଆଚାର୍ଯ୍ୟା ସୁଶ୍ରୀ ରୋଜି ରଣା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଆଚାର୍ଯ୍ୟ  ଅଶୋକ କୁମାର ଜୟପୁରିଆ ପରିଚାଳନା କରିଥିଲେ ।

Hot this week

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

Related Articles

Popular Categories