www.samajalive.in
Saturday, December 6, 2025
23.1 C
Bhubaneswar

ପାକିସ୍ତାନରେ ପହଞ୍ଚିଲା ଏମ୍‌ପକ୍ସ, ଭାରତ ପାଇଁ ସତର୍କ ଘଣ୍ଟି; ଜରୁରୀ ପରିସ୍ଥିତି ଘୋଷଣା କଲା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ

ସମାଜ ଡିଜିଟାଲ ଡେସ୍କ: ଆଫ୍ରିକୀୟ ଦେଶ କଙ୍ଗୋରେ ଚିହ୍ନଟ ହୋଇଥିବା ସଂକ୍ରାମକ ରୋଗ ‘ଏମପକ୍ସ’ ଏବେ ପାକିସ୍ତାନରେ ବ୍ୟାପିବା ଆରମ୍ଭ ହୋଇଛି। ଯାହାଫଳରେ ଭାରତ ପାଇଁ ଏହା ସତର୍କ ଘଣ୍ଟି ବୋଲି କୁହାଯାଉଛି। କଙ୍ଗୋ ଯାଇଥିବା ସ୍ଵିଡେନର ଜଣେ ନାଗରିକ ଏହି ସଂକ୍ରାମକ ରୋଗରେ ଆକ୍ରାନ୍ତ ହେବା ପରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏହାକୁ ନେଇ ଚେତାବନୀ ଜାରି କରିଥିଲା। ଏହି ରୋଗ ସାରା ବିଶ୍ଵରେ ସ୍ଵାସ୍ଥ୍ୟ କ୍ଷେତ୍ରରେ ଜରୁରୀ ପରିସ୍ଥିତି ସୃଷ୍ଟି କରିବ​‌ ବୋଲି ଡବ୍ଲୁଏଚଓ ପକ୍ଷରୁ ଘୋଷଣା କରାଯାଇଥିଲା। ଏହାର ଦିନକ ପରେ ପାକିସ୍ତାନରେ ଏହି ସଂକ୍ରାମକ ରୋଗ ଦେଖିବାକୁ ମିଳିଛି। ପାକିସ୍ତାନର ୩ ଜଣ ନାଗରିକ ଏଥିରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଯାଇଛି।

ରୋଗୀଙ୍କ ସହିତ ସମ୍ପର୍କରେ ଆସିଲେ ଏହା ଅନ୍ୟ ଜଣଙ୍କୁ ବ୍ୟାପିଥାଏ। ହାତ ପାପୁଲି ଏବଂ ଶରୀର ଅନ୍ୟାନ୍ୟ ଅଂଶରେ ଫୋଟକା ସୃଷ୍ଟି ହେଉଛି। ଜ୍ବର ଲାଗି ରହୁଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ମହାନିର୍ଦେଶକ ଟେଡ୍ରସ ଆଧାନମ କହିଛନ୍ତି, ଆଫ୍ରିକୀୟ ଦେଶରୁ ଅନ୍ୟ ପଡ଼ୋଶୀ ଦେଶଗୁଡ଼ିକୁ ଏମପକ୍ସ ବ୍ୟାପିବା ଆରମ୍ଭ ହୋଇଛି। ତେଣୁ ଅନ୍ତର୍ଜାତୀୟ ସ୍ତରରେ ଗଠନମୂଳକ ଭାବେ ଜରୁରୀ ପଦକ୍ଷେପ ନିଆଯିବା ଆବଶ୍ୟକ। ଯାହାଫଳରେ ଏହାର ବ୍ୟାପକତା ଉପରେ ପ୍ରତିବନ୍ଧକ ଲଗାଯାଇ ପାରିବା ସହିତ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ।

- Advertisement -

ଗତ ମଙ୍ଗଳବାର ସ୍ଵିଡେନ ସରକାର ଦେଶରେ ପ୍ରଥମ ଏମପକ୍ସ ସଂକ୍ରାମକ ରୋଗୀ ଚିହ୍ନଟ ସମ୍ପର୍କରେ ଘୋଷଣା କରିଥିଲେ। ଅନ୍ୟପଟେ ଚୀନ ପକ୍ଷରୁ ଏ ନେଇ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବିଦେଶରୁ ଆସୁଥିବା ରୋଗୀଙ୍କୁ ଯାଞ୍ଚ କରାଯାଉଛି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories