www.samajalive.in
Sunday, December 7, 2025
26.1 C
Bhubaneswar

ମେଗା ରକ୍ତ ଦାନ ଶିବିର, ୧୧୬ ୟୁନିଟ ସଂଗୃହୀତ

ଗଞ୍ଜାମ: ୭୮ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଗଞ୍ଜାମ ସ୍ବେଚ୍ଛାସେବୀ ସଂଗଠନ ଦ ଇକୋ ୱାରିୟର ପରିବାର ପକ୍ଷରୁ ସ୍ଥାନୀୟ ଭାରତୀ ବିଦ୍ୟାପୀଠ ସଭାଗୃହଠାରେ ଗୁରୁବାର ଏକ ସ୍ଵେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥିଭାବେ ଗ୍ରାସିମ ୟୁନିଟ୍‌ ହେଡ ଅଜୟ ଗୁପ୍ତା ଏବଂ ରବୀନ୍ଦ୍ର କୁମାର ସେଠୀ ସାମିଲ ହୋଇ ଯୁଗ୍ମ ଭାବେ ଏହାକୁ ଉଦଘାଟନ କରିଥିଲେ । ରକ୍ତ ଦାନ ମହତ ଦାନ, ଜଣେ ଗରିବ ରୋଗୀର ଜୀବନ ବଞ୍ଚାଇବା ପାଇଁ ଏହାର ନିହାତି ଆବଶ୍ୟକ ରହିଛି ବୋଲି ସେ କହିବା ସହ ପ୍ରତିବର୍ଷ ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ଏହିପରି ମହତ କାର୍ଯ୍ୟରେ ସାମିଲ ଥିବା ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ। ଗ୍ରାସିମ ଇଣ୍ଡଷ୍ଟ୍ରି ଏଚ ଆର ହେଡ଼ ନିରୋଜା ପଟ୍ଟନାୟକ, ଲୋକ ସମ୍ପର୍କ ଅଧିକାରୀ ସୁସ୍ମିତା ବେହେରା, ପରିବେଶବିତ ଶଙ୍କର ନାରାୟଣ ବେଜ,  ଗଂଜାମ ଆଇଆଇସି ସୁମିତ୍ରା ପାତ୍ର ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ବ୍ରହ୍ମପୁର ରକ୍ତ ଭଣ୍ଡାର ପକ୍ଷରୁ ୧୧୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଇକୋ ୱାରିୟର ପକ୍ଷରୁ ସମସ୍ତ ରକ୍ତଦାତାଙ୍କୁ ଗୋଟିଏ ଲେଖାଏ ଚାରା ବଣ୍ଟନ କରାଯାଇ ଜୀବନ ପାଇଁ ଯେପରି ରକ୍ତ ବିନ୍ଦୁ ଟିଏ ଲୋଡ଼ା ସେପରି ପରିବେଶ ପାଇଁ ବୃକ୍ଷ ଲୋଡ଼ା ବୋଲି ବାର୍ତ୍ତା ଦିଆଯାଇଥିଲା।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories