www.samajalive.in
Saturday, December 13, 2025
21.1 C
Bhubaneswar

ଇଇମାକ୍ସ ଗ୍ଲୋବାଲ ସମ୍ମାନ- ଏକ୍ସିବିସନ୍‌ ଅଫ୍ ଦ ଇୟର ଗୋଲ୍ଡ ପୁରସ୍କାର ଜିତିଲା ସେଲିବ୍ରେସନ୍ସ ଲାଇଭ୍‌

ଭୁବନେଶ୍ବର – ସେଲିବ୍ରେସନ୍ସ ଲାଇଭ୍ ଇଭେଣ୍ଟ ଇମାକ୍ସ ଗ୍ଲୋବାଲ୍ ଅୱାର୍ଡ୍‌ସ ୨୦୨୪ରେ ସ୍ୱର୍ଣ୍ଣ ପୁରସ୍କାର ଲାଭ କରିଛି । କୃଷି ଓଡ଼ିଶା ୨୦୨୪ ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। ବିଟୁସି ବା ଉଦ୍ୟୋଗରୁ ଉପଭୋକ୍ତାଙ୍କ ସମ୍ପର୍କ ସ୍ଥାପନରେ ସେଲିବ୍ରେସନ୍ସ ଲାଇଭ୍‌ ଉତ୍ତମ ପ୍ରଦର୍ଶନ କରିଥିଲା । ଓଡିଶାରେ ବିଭିନ୍ନ ଇଭେଣ୍ଟକୁ ଏହି ସଂସ୍ଥା ଆୟୋଜନ କରିବାରେ ସହାୟତା ପ୍ରଦାନ କରିଥାଏ ।

ଇଇମାକ୍ସ ଗ୍ଲୋବାଲ ସମ୍ମାନ ଏକ ବିଶ୍ୱ ସ୍ତରୀୟ ପୁରସ୍କାର । କୃଷି ଓଡ଼ିଶା ପ୍ରଦର୍ଶନୀ ୨୦୨୪ରେ ଏହାରନୂତନତା, ଯୋଗାଯୋଗ ଓ ଉତ୍ତମ ପରିଚାଳନା ପାଇଁ ସେଲିବ୍ରେସନ୍ସ ଲାଇଭ୍‌କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ଆୟୋଜନରେ କୃଷକଙ୍କ ସହ କୃଷି ସହ ଜଡିତ ଉଦ୍ୟୋଗଙ୍କ ମଧ୍ୟରେ ଜ୍ଞାନ ବିନିମୟ, ନେଟୱାର୍କିଂ, ଏବଂ ବ୍ୟାବସାୟିକ ସୁଯୋଗ ପାଇଁ ଏକ ମଞ୍ଚ ପ୍ରଦାନ କରିଥିଲା। ସେଲିବ୍ରେସନ୍ସ ଲାଇଭ୍‌ର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ଅକ୍ଷୟେନ୍ଦୁ ପଟ୍ଟନାୟକ ଏହି ପୁରସ୍କାର ତାଙ୍କ ପାଇଁ ପ୍ରେରଣାଦାୟୀ ବୋଲି ପ୍ରକାଶ କରିଛନ୍ତି ।

Hot this week

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

Related Articles

Popular Categories