www.samajalive.in
Saturday, December 13, 2025
23.1 C
Bhubaneswar

ଧାମରାରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା

ଧାମରା: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଆହ୍ୱାନକ୍ରମେ ବିଜେପି ପକ୍ଷରୁ ଅଗଷ୍ଟ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ କରାଯାଇଛି। ଏହି କାର୍ଯ୍ୟକ୍ରମ ଆଧାରରେ ବୁଧବାର ଧାମରାଠାରେ ମା’ ଧାମରାଇ ମଣ୍ଡଳର ଯୁବ ମୋର୍ଚ୍ଚା ସଭାପତିଙ୍କ ନେତୃତ୍ୱରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରା ଜାଗୁଳା ପଞ୍ଚାୟତ ଜିପି ହାଇସ୍କୁଲଠାରୁ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜାଗୁଳା ସରସ୍ୱତୀ ଶିଶୁ ମନ୍ଦିର ଜାଗୁଳା ସରକାରୀ ବିଦ୍ୟାଳୟ, ଧାମରାଇ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ତ୍ରିରଙ୍ଗା ଧରି ଜାଗୁଳା ପଂଚାୟତ ଅତିକ୍ରମ କରିବା ସହ ଧାମରା ବଜାର, ଧାମରାଇ ଉଚ୍ଚ ବିଦ୍ୟାଳୟ ହୋଇ ପୁନଶ୍ଚ ଜାଗୁଳା ପଂଚାୟତ ନିକଟକୁ ଫେରି କାର୍ଯ୍ୟକ୍ରମ ସମାପନ କରିଥିଲେ । କାର୍ଯ୍ୟକ୍ରମକୁ ମା’ ଧାମରାଇ ମଣ୍ଡଳର ଯୁବ ମୋର୍ଚା ସଭାପତି ତ୍ରିଦିବେଶ ପ୍ରଧାନ, ଜାଗୁଳା ପଂଚାୟତ ସରପଞ୍ଚ ସୁରେଶ ସେଠୀ, ସରସ୍ୱତୀ ଶିଶୁ ମନ୍ଦିରର ଗୁରୁଜୀ ରବୀନ୍ଦ୍ର ନାୟକ ଜାଗୁଳା ଜିପି ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଜିତ ପଳିତା, ମନୋଜ ଲେଙ୍କାଙ୍କ ସହ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ପରିଚାଳନା କରିଥିଲେ।

Hot this week

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

ଲକ୍ଷ୍ମୀଙ୍କ କୃପାରୁ ବିଛା ରାଶିରେ ହେବ ପ୍ରଚୁର ଧନ ବର୍ଷା; ନୂତନ ବର୍ଷରେ ବଦଳିବ ଭାଗ୍ୟ, ସତର୍କ ରୁହନ୍ତୁ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ୍‌ ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ମଙ୍ଗଳ ବିଛା...

ସମ୍ପାଦକୀୟ : ରାତ୍ରି ଆଶ୍ରୟସ୍ଥଳୀ

ଏକ ମୌଳିକ ଆବଶ୍ୟକତା ଚଳିତ ବର୍ଷର ହାଡ଼ଭଙ୍ଗା ଶୀତ ପୁଣି ଥରେ ଓଡ଼ିଶାର...

Related Articles

Popular Categories