Patra electronics

ଆସିଲା ଗୁଗଲ ପିକ୍ସେଲ ଓ୍ବାଚ ୩ ଏବଂ ବଡ୍ସ ପ୍ରୋ ୨

ନୂଆଦିଲ୍ଲୀ : ଗୁଗଲ ନିଜ ପିକ୍ସେଲ ଓ୍ବାଚ୍ ୩ର ବଜାର ପ୍ରବେଶ କରିଦେଇଛି । କମ୍ପାନୀ ପିକ୍ସେଲ ୯ ସିରିଜର ସ୍ମାର୍ଟଫୋନ୍ ଓ ପିକ୍ସେଲ ବଡ୍ସ ପ୍ରୋ ୨ ସହିତ ଏହାକୁ ବଜାରକୁ ନେଇଆସିଛି । ପିକ୍ସେଲ ଓ୍ବାଚ ୩କୁ କମ୍ପାନୀ ୨ଟି ଡିସପ୍ଲେ ଆକାରରେ ବଜାର ପ୍ରବେଶ କରିଛି । କମ୍ପାନୀର କହିବାନୁସାରେ ଏହି ଓ୍ବାଚରେ ୩୬ ଘଣ୍ଟାର ବ୍ୟାଟେରୀ ଲାଇଫ୍ ମିଳିବ । ସେହିଭଳି ପିକ୍ସେଲ ବଡ୍ସ ପ୍ରୋ ୨ ବ୍ରାଣ୍ଡର ପ୍ରଥମ ଟିଡବ୍ଲୁଏସ୍ ଇୟରଫୋନ୍ ଯାହା ଟିନ୍ସର ଚିପ୍ ସହିତ ଆସିଥାଏ ।

ଗୁଗଲ ପିକ୍ସେଲ ଓ୍ବାଚ ୩କୁ ୪୧ ଏମଏମ୍ ମଡେଲ ଓ୍ବାଇଫାଇ କନେକ୍ଟିଭିଟି ସହିତ ୩୯,୯୦୦ ଟଙ୍କା ଦାମରେ ଆଣିଛି କମ୍ପାନୀ । ସେହିଭଳି ୪୫ ଏମଏମ୍ ଡିସପ୍ଲେ ବିଶିଷ୍ଟ ଭେରିଏଣ୍ଟର ଦାମ୍ ୪୩,୯୦୦ ଟଙ୍କା । ଏହା ମଧ୍ୟ ଓ୍ବାଇଫାଇ କନେକ୍ଟିଭିଟି ସହିତ ଆସିଥାଏ । ଆପଣ ଏହାକୁ ୩ଟି ରଙ୍ଗର ବିକଳ୍ପ ସହିତ କିଣିପାରିବେ । ୪୧ ଏମଏମ୍ ମଡେଲ ଗୋଲାପୀ କଲର ବିକଳ୍ପ ମଧ୍ୟ ମିଳିବ । କମ୍ପାନୀ ପିକ୍ସେଲ ବଡ୍ସ ପ୍ରୋ ୨କୁ ୪ଟି ରଙ୍ଗ ବିକଳ୍ପ ସହିତ ଲଞ୍ଚ୍ କରାଯାଇଛି । ଏହାର ଦାମ୍ ୨୨,୯୦୦ ଟଙ୍କା । ଏହି ୨ ଡିଭାଇସକୁ ଆପଣ ୨୨ ଅଗଷ୍ଟରୁ କ୍ରୟ କରିପାରିବେ । ଏହା ଫ୍ଲିପକାର୍ଟ, ରିଲାଏନ୍ସ ଡିଜିଟାଲ ଏବଂ କ୍ରୋମାରେ ବିକ୍ରି ପାଇଁ ଉପଲବ୍ଧ ହେବ ।

ଏହି ୨ ସ୍କ୍ରିନ୍ ଆକାର ୪୧ ଏମଏମ୍ ଓ ୪୫ ଏମଏମ୍ ସହିତ ଆସିଥାଏ । କମ୍ପାନୀର କହିବାନୁସାରେ ସ୍କ୍ରିନ୍ ୨ ହଜାର ନିଟ୍ସ ପିକ୍ ବ୍ରାଇଟନେସ୍ ସହିତ ଆସିଥାଏ । ଓ୍ବାଚରେ ପୂର୍ବ ଭର୍ସନ ତୁଳନାରେ ୧୬ ପ୍ରତିଶତ ପତଳା ବେଜଲ ଦିଆଯାଇଛି । ଓ୍ବାଚରେ ଆଡଭାନ୍ସ ରନିଂ ଫିଚର ମିଳିଥାଏ । ଯାହା ଆପଣଙ୍କ ଅନେକ ପରାମର୍ଶ ଦେଇଥାଏ । ଏଥିରେ ଗୁଗଲ ଟିଭି ରିମୋଟ, ଅଫଲାଇନ୍ ଗୁଗଲ ମ୍ୟାପ୍ସ ଏବଂ ଅନ୍ୟ ଫିଚର୍ ମିଳିବ । କମ୍ପାନୀର କହିବାନୁସାରେ ଓ୍ବାଚରେ ୩୬ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରୀ ଲାଇଫ୍ ମିଳିବ । ଗୁଗଲ ପିକ୍ସେଲ ବଡ୍ସ ପ୍ରୋ ୨ରେ କମ୍ପାନୀ ୧୧ ଏମଏମର ଡ୍ରାଇଭର ବ୍ୟବହାର କରିଛି । ଏହି ବଡ୍ସ ଟେନସର ଏଓ୍ବାନ୍ ଚିପ୍ ସହିତ ଆସିଥାଏ ଯାହା ଫଳରେ ଆପଣଙ୍କୁ ଉତ୍ତମ କ୍ବାଲିଟିର ଅଡିଓ ମିଳିବ । ଏହା ସହିତ ଏଥିରେ  ଗୁଗଲ କୃତ୍ରିମ ବୁଦ୍ଧିମତା ଫିଚର ମଧ୍ୟ ମିଳିବ ।

ଓଡ଼ିଶା ଆସିବେ ୫ମହାବଳ ବାଘ

Comments are closed.