www.samajalive.in
Monday, December 8, 2025
14.1 C
Bhubaneswar

ବିଧାନସଭାରେ ବିଜେପିର ଦଳୀୟ କାର୍ଯ୍ୟକ୍ରମ କହି ବର୍ଷିଲା ବିଜେଡି; ଜବାବ ରଖିଲା ବିଜେପି

ସମାଜ ଡିଜିଟାଲ ଡେସ୍କ: ବିଧାନସଭାରେ ବିଧାୟକଙ୍କୁ ଦିଗଦର୍ଶନ ନାଁରେ ଦଳୀୟ କାର୍ଯ୍ୟକ୍ରମ କହି ବିଜେପି ଉପରେ ବର୍ଷିଛି ବିଜେଡି। ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ କାର୍ଯ୍ୟକ୍ରମ ପାଇଁ ସଚିବ ପଠାଇଛନ୍ତି ଏକ ପତ୍ର। ନବ ନିର୍ବାଚିତ ବିଧାୟକଙ୍କ ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ବୋଲି ପତ୍ରରେ ଦର୍ଶାଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ବିଧାନସଭା ପରମ୍ପରା ଭଙ୍ଗ ହେଉଥିବା ବିଜେଡି ଅଭିଯୋଗ କରିଛି। ଦଳୀୟ କାର୍ଯ୍ୟାଳୟରେ ଏକ ସମ୍ବାଦିକ ସମ୍ମିଳନୀ କରି ଦଳର ବରିଷ୍ଠ ନେତା ପ୍ରତାପ ଦେବ ଓ ବିଧାୟକ ଗଣେଶ୍ୱର କହିଛନ୍ତି ଯେ ପରମ୍ପରା ଅନୁସାରେ ମୁଖ୍ୟମନ୍ତ୍ରୀ କିମ୍ବା ବାଚସ୍ପତି ଏହି କାର୍ଯ୍ୟକ୍ରମର ଉଦଘାଟନ ଓ ଉଦଯାପନୀରେ ଅତିଥି ହେବା କଥା। କିନ୍ତୁ ପତ୍ର ଅନୁସାରେ ଗୃହର ସଦସ୍ୟ ନଥିଲେ ବି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କିପରି ଉଦଘାଟନ କରିବେ ତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି। ସେହିପରି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା କାର୍ଯ୍ୟକ୍ରମ ଯୋଗଦେବା ନେଇ ମଧ୍ୟ ପ୍ରଶ୍ନ କରିଛି ବିଜେଡି। ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତାଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଇ ନଥିବା ବିଜେଡି ଅଭିଯୋଗ କରିଛି। ଆସନ୍ତା ୧୭ ଓ ୧୮ରେ ଦୁଇ ଦିନିଆ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି।

ସେପଟେ ଏହାର ଜବାବ ରଖିଛି ବିଜେପି। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ ବିଧାନସଭା ନୀତି ନିୟମ ଅନୁସାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ହେବ। ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ, ଅତିଥି ହିସାବରେ ଆମେ କେନ୍ଦ୍ର ସଂସାଦୀୟ ବ୍ୟାପର ମନ୍ତ୍ରୀଙ୍କୁ ଡାକିଛୁ। ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନରସିଂହ ମିଶ୍ର ମଧ୍ୟ ଉପସ୍ଥିତ ରହି ବିଧାୟକ ମାନଙ୍କୁ ଶିକ୍ଷା ଦେବେ। କାର୍ଯ୍ୟକ୍ରମରେ ସାଂସଦ ଭର୍ତ୍ତୃହରି ମହତାବ, ଡେପୁଟି ଚେୟାରମ୍ୟାନ ହରିବଂଶ ପ୍ରସାଦ ଏଥିରେ ଯୋଗ ଦେବେ। ନୂଆ ବିଧାୟକ ଓ ପୁରୁଣା ବିଧାୟକଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଉପାଦେୟ ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି।

- Advertisement -

 

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories