www.samajalive.in
Saturday, December 6, 2025
15.1 C
Bhubaneswar

ଶ୍ରୀଜେଶଙ୍କ ସମ୍ମାନାର୍ଥେ ହକି ଇଣ୍ଡିଆର ବଡ଼ ନିଷ୍ପତ୍ତି; ଆଉ ଦେଖାଯିବନି ଜର୍ସି ନମ୍ବର ୧୬

ନୂଆଦିଲ୍ଲୀ: ଭାରତୀୟ ହକି ଦଳର ତାରକା ଗୋଲକିପର ପିଆର ଶ୍ରୀଜେଶଙ୍କ ସମ୍ମାନାର୍ଥେ ଏକ ବଡ଼ ନିଷ୍ପତ୍ତି ନେଇଛି ହକି ଇଣ୍ଡିଆ। ବୁଧବାର ଶ୍ରୀଜେଶଙ୍କ ଜର୍ସି ନମ୍ବର ୧୬କୁ ଅବସର ଦେବାକୁ ହକି ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ଷ୍ଟାର ଖେଳାଳି ନିକଟରେ ଶେଷ ହୋଇଥିବା ପ୍ୟାରିସ୍‌ ଅଲିମ୍ପିକ୍ସରେ ଦେଶକୁ କାଂସ୍ୟ ପଦକ ଦେବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ବହନ କରିଥିଲେ।  ଏହାପରେ ସେ ସନ୍ନ୍ୟାସ ଘୋଷଣା କରିଥିଲେ।

ହକି ଇଣ୍ଡିଆର ମହାସଚିବ ଭୋଲା ନାଥ ସିଂହ ଘୋଷଣା କରିଛନ୍ତି ଯେ, ପ୍ରାୟ ଦୁଇ ଦଶନ୍ଧି ଧରି ୧୬ ନମ୍ବର ଜର୍ସି ପିନ୍ଧୁଥିବା ୩୬ ବର୍ଷୀୟ ଶ୍ରୀଜେଶ କନିଷ୍ଠ ହକି ଦଳର ଜାତୀୟ ପ୍ରଶିକ୍ଷକ ଦାୟିତ୍ଵ ବହନ କରିବେ। ସେ ଆହୁରି କହିଛନ୍ତି, ‘‘ଶ୍ରୀଜେଶ ଏବେ କନିଷ୍ଠ ଦଳର ପ୍ରଶିକ୍ଷକ ହେବାକୁ ଯାଉଛନ୍ତି ଏବଂ ଆମେ ବରିଷ୍ଠ ଦଳ ପାଇଁ ୧୬ ନମ୍ବର ଜର୍ସିକୁ ଅବସର ଦେଉଛୁ। ଆମେ କନିଷ୍ଠ ଦଳ ପାଇଁ ୧୬ ନମ୍ବର ଜର୍ସିରୁ ଅବସର ନେଉନାହୁଁ।’’

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories