www.samajalive.in
Tuesday, December 9, 2025
16.1 C
Bhubaneswar

ବ୍ୟାପୁଛି ଝାଡାବାନ୍ତି, ଗଲାଣି ୮ ଜୀବନ

ଆସିକା: ଗଞ୍ଜାମ ଜିଲା ଆସିକା ବ୍ଲକ ବାଲିସିରା ପଞ୍ଚାୟତ ଅନ୍ତର୍ଗତ କନ୍ଧ ସୁନ୍ଦରାପଲ୍ଲି ଗ୍ରାମରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୮ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ୩ ଦିନ ମଧ୍ୟରେ ଝାଡ଼ାବାନ୍ତିରେ ଗାଁର ରାଧା ମଲ୍ଲିକ , ଗୋଲାପ ମଲ୍ଲିକ , ଅପସରୀ ମଲ୍ଲିକ , ଗୋପାଳ ମଲ୍ଲିକ ଏବଂ ସଙ୍ଗୀତ ମଲ୍ଲିକଙ୍କର ମୃତ୍ୟୁ ହୋଇଯାଇଛି। ଆସିକା ଡାକ୍ତରଖାନାରେ ଗୋଟିଏ ଦିନରେ ଦୁଇ ଜଣଙ୍କର ଜୀବନ ଚାଲିଯାଇଥିବାବେଳେ ସୋରଡ଼ା ନିକଟ ଗୋଛାବାଡ଼ିରେ ସଙ୍ଗୀତା ମଲ୍ଲିକ ପ୍ରାଣ ହରାଇଛନ୍ତି। ଝାଡ଼ାବାନ୍ତିରେ ଆକ୍ରାନ୍ତ ୪ଜଣ ଚିକିତ୍ସିତ ହେଉଛନ୍ତି। ଗାଁରେ ୪୦ ପରିବାର ରହୁଥିବା ବେଳେ ୩ଦିନ ହେଲା ଝାଡ଼ାବାନ୍ତି ବ୍ୟାପିଛି। ଗ୍ରାମର ଗୀତାଞ୍ଜଳି ମଲିକଙ୍କ ଶାଶୁ ଓ ନଣନ୍ଦଙ୍କ ଝାଡ଼ାବାନ୍ତି ରେ ମୃତ୍ୟୁ ହୋଇଛି। ଗ୍ରାମରେ ଗତ ଏକ ମାସ ହେଲା ଓଭର ହେଡ ପାଣି ଟାଙ୍କି ଖରାପ ହୋଇଯାଇଥିବାରୁ ଲୋକେ ଅନ୍ୟ ସ୍ଥାନରୁ ପିଇବା ପାଣି ଆଣି ବ୍ୟବହାର କରୁଥିଲେ। ଏଥିଯୋଗୁ  ଝାଡାବାନ୍ତି ବ୍ୟାପୁଥିବାରୁ ​‌ଲୋକେ ଭୟ ଓ ଆତଙ୍କରେ ରହିଛନ୍ତି।  ମଙ୍ଗଳବାର ଏକ  ଡାକ୍ତରୀ ଦଳ ଗାଁରେ ପହଁଚି ଘରେ ଘରେ ଔଷଧ ବାଣ୍ଟିବା ସହିତ ବ୍ଲିଚିଂ ପକାଇ ତାଙ୍କ କାମ ସାରିଛନ୍ତି। ଗାଁରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡ଼ି ରହିଥିବାବେଳେ ମାଳମାଳ ବୁଲା କୁକୁର, ଗୋରୁ ଗାଈ ରହିଛନ୍ତି। ଗାଁରେ ଥିବା ୩ଟି ନଳକୂପ ମଧ୍ୟରୁ ଦୁଇଟି ଅଚଳ ରହିଛି। ସଚଳ ନଳକୂପ ଆବର୍ଜନାପୂର୍ଣ୍ଣ ଜାଗାରେ ରହିଛି। ଗାଁର ଦୁଇ ମୁଣ୍ଡରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଦୁଇ ହଜାର ଲିଟର ବିଶିଷ୍ଟ ଦୁଇଟି ସୌର ଚାଳିତ ଟ୍ୟାଙ୍କ ଅଚଳ ହୋଇପଡିଛି। ଝାଡ଼ାବାନ୍ତି ରେ ପାଞ୍ଚ ଜଣଙ୍କ ଜୀବନ ଚାଲିଯିବା ଘଟଣା ସମ୍ପର୍କରେ ପ୍ରଶାସନ କେମିତି ଜାଣିପାରିଲା ନାହିଁ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗାଁ ରେ ମୃତ୍ୟୁର ତାଣ୍ଡବ ଚାଲିଥିଲା ବେଳେ ଆଶା, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡ଼ି ଓ ବାଲିଶିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଚରମ ଦାୟିତ୍ୱ ହୀନତା ପରିସ୍ଥିତିକୁ ଅଧିକ ଜଟିଳ କରିଥିବା ଅଭିଯୋଗ ହେଉଛି। ଏହି ଘଟଣାରେ ଉଚ୍ଚ ସ୍ଥରୀୟ ତଦନ୍ତ କରି ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories