www.samajalive.in
Saturday, December 6, 2025
16.1 C
Bhubaneswar

ବିଗ୍ ବଜେଟ୍‌ର ‘କେବିସି ୧୬’ ସହ ଫେରିଲେ ବିଗ୍ ବି; ଫି’ ଜାଣି ଉଡ଼ିବ ହୋସ୍‌

ମୁମ୍ବଇ: ମେଗାଷ୍ଟାର ଅମିତାଭ ବଚ୍ଚନ ବିଧିବଦ୍ଧ ଭାବେ ଲୋକପ୍ରିୟ କ୍ଵିଜ୍‌ ଶୋ’ ‘କୌନ ବନେଗା କରୋଡ଼ପତି(କେବିସି)’ର ୧୬ତମ ସଂସ୍କରଣର ହୋଷ୍ଟ ଭାବେ ପୁଣି ଥରେ ଦର୍ଶକଙ୍କ ନିକଟକୁ ଫେରିଛନ୍ତି। ନିଜ ଚିତ୍ତାକର୍ଷକ ହୋଷ୍ଟିଂ ପାଇଁ ଲୋକପ୍ରିୟ ବିଗ୍ ବିଙ୍କ ପ୍ରତ୍ୟାବର୍ତ୍ତନ, ଟିଭି ଶୋ’ର ଦର୍ଶକଙ୍କ ପାଇଁ କୌଣସି ବଡ଼ ଭେଟିଠାରୁ କମ୍ ନୁହେଁ। ସୂଚନା ମୁତାବକ, ଏଥର ଶୋ’କୁ ବଡ଼ ବଜେଟରେ ପ୍ରସ୍ତୁତ କରାଯାଉଛି ଏବଂ ଅମିତାଭ ବଚ୍ଚନ ମଧ୍ୟ ଶୋ’ର ଗୋଟିଏ ଏପିସୋଡ୍ ପାଇଁ ବିପୁଳ ପରିମାଣର ଫି’ ଚାର୍ଜ କରୁଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଚଳିତ ସିଜନ୍‌ରେ ଅଭିନେତା ପ୍ରତି ଏପିସୋଡ ପାଇଁ ୫ କୋଟି ଟଙ୍କା ଫି’ ନେଉଛନ୍ତି, ଯାହା ଗତ ସିଜନ୍ ତୁଳନାରେ ବେଶ୍‌ ଅଧିକ। ଅମିତାଭ ୨୪ ବର୍ଷ ଧରି ଏହି ଶୋ’ ସହ ଜଡ଼ିତ ଅଛନ୍ତି ଏବଂ ରିପୋର୍ଟ ମୁତାବକ, ଶୋ’ର ପ୍ରଥମ ସିଜନ୍(୨୦୦୦ ମସିହା)ରେ ତାଙ୍କୁ ପ୍ରତି ଏପିସୋଡ୍ ପାଇଁ ପ୍ରାୟ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। କେବିସି ଯେତେ ଆଗକୁ ଆଗକୁ ବଢିଲା ଅମିତାଭ ବଚ୍ଚନଙ୍କ ଲୋକପ୍ରିୟତା ମଧ୍ୟ ତା’ ସହ ବଢି ଚାଲିଲା, ଯେଉଁଥିପାଇଁ ତାଙ୍କ ଫି’ ମଧ୍ୟ ବୃଦ୍ଧି ପାଇଲା।

- Advertisement -

ଚତୁର୍ଥ ସିଜନ୍ ସୁଦ୍ଧା ତାଙ୍କ ଫି’ ବୃଦ୍ଧି ପାଇ ଏପିସୋଡ୍ ପ୍ରତି ୫୦ ଲକ୍ଷ ଟଙ୍କା ହୋଇଥିଲା, ଯାହା ପୂର୍ବ ପାଉଣାର ଦୁଇ ଗୁଣା ଥିଲା। ଷଷ୍ଠ ସିଜନ୍ ସୁଦ୍ଧା ଅଭିନେତାଙ୍କ ଫି’ ଏପିସୋଡ୍ ପିଛା ୧.୫ କୋଟିରୁ ୨ କୋଟି ଟଙ୍କା ମଧ୍ୟରେ ପହଞ୍ଚିଥିଲା। ଏକ ରିପୋର୍ଟ ମୁତାବକ, ଅଷ୍ଟମ ସିଜନରେ ତାଙ୍କ ଫି’ ବଢି ୨ କୋଟି ପ୍ରତି ଏପିସୋଡ୍‌ ହୋଇଥିଲା। ୯ମ ସିଜନ ସୁଦ୍ଧା ଏହା ବଢି ୨.୬ କୋଟି ଟଙ୍କା ପ୍ରତି ଏପିସୋଡ୍‌ରେ ପହଞ୍ଚିଥିଲା। ୧୦ମ ସିଜନ୍‌ରେ ୩କୋଟି ଟଙ୍କା ଚାର୍ଜ କରୁଥିଲେ। ସିଜନ୍‌ ୧୧ରୁ ୧୩ ପାଇଁ ବିଗ୍‌ ବି ଗୋଟିଏ ଏପିସୋଡ୍‌କୁ ୩.୫ କୋଟି ଟଙ୍କା ଚାର୍ଜ କରିଥିଲେ। ସେହିପରି ୧୪ତମ ସିଜନରେ ଏପିସୋଡ୍‌ ପିଛା ୪-୫ କୋଟି ଟଙ୍କା ଫି’ ନେଇଥିଲେ।

ସୂଚନାଯୋଗ୍ୟ, କେବିସିର ନୂଆ ସଂସ୍କରଣର ପ୍ରିମିୟର ଅଗଷ୍ଟ ୧୨ରେ ହୋଇଥିଲା। ପ୍ରଥମ ପ୍ରତିଯୋଗୀ ଉତ୍କର୍ଷ ବକ୍ସି ୩.୨୦ ଲକ୍ଷ ଟଙ୍କା ଜିତିଥିଲେ।

 

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories