www.samajalive.in
Monday, December 15, 2025
26.1 C
Bhubaneswar

ସ୍ୱର୍ଣ୍ଣ ବିଜେତା ଜ୍ୱାଇଁଙ୍କୁ ଶ୍ଵଶୁରଙ୍କ ମଇଁଷି ଉପହାର

ଡେସ୍କ: ପ୍ୟାରିସ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଜ୍ୱାଇଁଙ୍କୁ ଶ୍ୱଶୁର ଦେଇଛନ୍ତି ମଇଁଷି ଉପହାର। ଅବିଶ୍ୱାସ ଲାଗିଲେ ବି ସତ।ଅଲିମ୍ପିକ୍ସ ଇତିହାସରେ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ପାକିସ୍ତାନୀ କ୍ରୀଡ଼ାବିତ ଭାବେ ଇତିହାସ ରଚିଛନ୍ତି ଅର୍ଶଦ ନଦୀମ। ଜାଭେଲିନ ଥ୍ରୋ ଫାଇନାଲରେ ଅର୍ଶଦ ୯୨.୯୭ ମିଟର ଥ୍ରୋ କରି ସର୍ବକାଳୀନ ଅଲିମ୍ପିକ୍ସ ରେକର୍ଡ ଭାଙ୍ଗି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ଡିଫେଣ୍ଡିଂ ଚାମ୍ପିୟନ ତଥା ଭାରତୀୟ ପ୍ରତିଯୋଗୀ ନୀରଜ ଚୋପ୍ରାଙ୍କୁ ପରାସ୍ତ କରି ରୌପ୍ୟ ପଦକ ହାସଲ କରିଥିଲେ।

​ଅର୍ଶଦ ପାକିସ୍ତାନକୁ ଫେରିବା ପରେ ତାଙ୍କୁ ପଞ୍ଜାବ ଓ ସିନ୍ଧ ସରକାର ୧୫୦ ନିୟୁତ ପୁରସ୍କାର ଘୋଷଣା କରିଛନ୍ତି। ତେବେ ଅର୍ଶଦଙ୍କୁ ତାଙ୍କ ଶ୍ୱଶୁର ଏକ ମଇଁଷି ଉପହାର ଦେବା ଚର୍ଚ୍ଚାରେ ରହିଛି। ଏହି ଉପହାରକୁ ନେଇ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଥିଲେ ମଧ୍ୟ ମଇଁଷିକୁ ମୂଲ୍ୟବାନ ଓ ସମ୍ମାନଜନକ ବୋଲି ତାଙ୍କ ଶ୍ୱଶୁର ବୁଝାଇଥିଲେ। ସେ ଏହା ମଧ୍ୟ ବୁଝାଇଥିଲେ ଯେ ଯେତେବେଳେ ସେ ତାଙ୍କ ଝିଅକୁ ଅର୍ଶଦଙ୍କ ସହ ବିବାହ କରିଥିଲେ, ସେତେବେଳେ ସେ ଜଣେ ସୀମିତ ସାମର୍ଥ୍ୟ ଥିବା ବ୍ୟକ୍ତି ଥିଲେ।

- Advertisement -

ତାଙ୍କ ଶ୍ୱଶୁର ନୱାଜ କହିଛନ୍ତି, “ଛଅ ବର୍ଷ ପୂର୍ବେ ଯେତେବେଳେ ଆମେ ଆମ ଝିଅକୁ ନଦୀମଙ୍କ ସହ ବିବାହ କରିବାକୁ ସ୍ଥିର କରିଥିଲୁ, ସେତେବେଳେ ସେ ଛୋଟ ଛୋଟ କାମ କରୁଥିଲେ ଏବଂ ଘର ଚଳାଉଥିଲେ କିନ୍ତୁ ତାଙ୍କ ଖେଳ ପ୍ରତି ଅତ୍ୟନ୍ତ ଉତ୍ସାହୀ ଥିଲେ ଏବଂ ଘରେ ଓ କ୍ଷେତରେ ଜାଭେଲିନ୍ ଫିଙ୍ଗିବାର ଅଭ୍ୟାସ କରୁଥିଲେ”।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories