ପାକିସ୍ତାନୀ ଆତଙ୍କବାଦୀଙ୍କୁ ଭେଟିଲେ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଅର୍ଶଦ ନଦୀମ, ଭିଡିଓ ଭାଇରାଲ

ଡେସ୍କ: ପାକିସ୍ତାନର ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଅର୍ଶଦ ନଦୀମଙ୍କୁ ଆମେରିକା ଆତଙ୍କବାଦୀ ଘୋଷଣା କରିଥିବା ଜଣେ ବ୍ୟକ୍ତିଙ୍କ ସହ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ପ୍ୟାରିସ ପ୍ରଦର୍ଶନ ପାଇଁ ବିଶ୍ୱସ୍ତରରେ ପ୍ରଶଂସା ପାଉଥିବା ନଦୀମ ମହମ୍ମଦ ହାରିସ ଧରଙ୍କ ସହ ଚାଟିଂ କରୁଥିବାର ଦେଖିବାକୁ ମିଳିଛି। ନଦୀମ ମହମ୍ମଦ ହାରିସ ଧର ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବାର ରାଜନୈତିକ ମୋର୍ଚ୍ଚା ମିଲି ମୁସଲିମ୍ ଲିଗର ଯୁଗ୍ମ ସଚିବ।

ନାଦିମ ପାକିସ୍ତାନ ଫେରିବା ପରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା ବୋଲି ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଏକ ଗୋଷ୍ଠୀ ଦାବି କରୁଥିବା ବେଳେ ସୂଚନା ଅନୁଯାୟୀ ଏହି ବୈଠକର ସମୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେମାନଙ୍କ କହିବା ଅନୁଯାୟୀ, କ୍ୟାମେରାରେ କଏଦ ହୋଇଥିବା କଥାବାର୍ତ୍ତା ପ୍ୟାରିସ୍ ଅଲିମ୍ପିକ୍ସରେ ଅର୍ଶଦ ସ୍ୱର୍ଣ୍ଣ ପଦକ ଜିତିବା ପରେ ହୋଇଥିଲା ନା ଏହା ପୂର୍ବରୁ ହୋଇଥିଲା ତାହା ନିଶ୍ଚିତ ହୋଇନାହିଁ।

prayash


​୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ କୁହାଯାଉଥିବା ହାଫିଜ୍ ସୟିଦଙ୍କ ଦ୍ୱାରା ଗଠିତ ଏକ ସଂଗଠନ ହେଉଛି ଏମଏମଏଲ। ୨୦୧୮ରେ ଆମେରିକାର ଟ୍ରେଜେରି ବିଭାଗ ଦ୍ୱାରା ‘ସ୍ୱତନ୍ତ୍ର ଭାବେ ଘୋଷିତ ବିଶ୍ୱ ଆତଙ୍କବାଦୀ’ଙ୍କ ନାମ ତାଲିକାରେ ହାରିସ୍ ଧର ରହିଛି। ସେ ଲସ୍କର ପକ୍ଷରୁ କାର୍ଯ୍ୟ କରୁଥିବା ସନ୍ଦେହ କରାଯାଉଥିଲା।

kalyan agarbati

Comments are closed.