www.samajalive.in
Saturday, December 6, 2025
15.1 C
Bhubaneswar

ଆସନ୍ତାକାଲିଠାରୁ ନିଟ୍ ୟୁଜି ୨୦୨୪ କାଉନସେଲିଂ, ଆରମ୍ଭ ହେବ ପଞ୍ଜୀକରଣ

ଡେସ୍କ: ମେଡିକାଲ କାଉନସେଲିଂ କମିଟି ବା ଏମସିସି ଅଗଷ୍ଟ ୧୪ ବୁଧବାରଠାରୁ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ୟୁଜି କାଉନସେଲିଂ ୨୦୨୪ ଆରମ୍ଭ କରିବ। ନିଟ୍ ୟୁଜି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଏବଂ ଆବେଦନ ଫର୍ମ ଦାଖଲ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ mcc.nic.in ଅଫିସିଆଲ ୱେବସାଇଟରେ ଆବେଦନ କରିପାରିବେ।

​ଏମସିସି ପକ୍ଷରୁ ଜାରି କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ପାଇଁ ଅଗଷ୍ଟ ୧୪ରୁ ଅଗଷ୍ଟ ୨୦ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ଆବେଦନ କରିବା ଲାଗି ୱିଣ୍ଡୋ ଖୋଲା ରହିବ। ଆବେଦନକାରୀ ମାନେ ଅଗଷ୍ଟ ୨୦ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଆବେଦନ ଶୁଳ୍କ ପୈଠ କରିପାରିବେ। ଅଗଷ୍ଟ ୧୬ରୁ ଅଗଷ୍ଟ ୨୦ ତାରିଖ ରାତି ୧୧ଟା ୫୫ ପର୍ଯ୍ୟନ୍ତ ପ୍ରଥମ ରାଉଣ୍ଡ ପାଇଁ ଚଏସ୍ ଫିଲିଂ ପାଇଁ ୱିଣ୍ଡୋ ଖୋଲା ରହିବ। ଅଗଷ୍ଟ ୨୦ ତାରିଖ ଅପରାହ୍ନ ୪ଟାରୁ ପ୍ରିଫରେନ୍ସ ଲକ୍ କରିବାର ସୁବିଧା ଉପଲବ୍ଧ ହେବ।

- Advertisement -

ପରବର୍ତ୍ତୀ ପର୍ଯ୍ୟାୟ ୨୦୨୪ ଅଗଷ୍ଟ ୨୧ରୁ ଅଗଷ୍ଟ ୨୨ ପର୍ଯ୍ୟନ୍ତ ପ୍ରଥମ ରାଉଣ୍ଡ ପାଇଁ ସିଟ୍ ଆବଣ୍ଟନ ପ୍ରକ୍ରିୟା କରାଯିବ। ପ୍ରଥମ ପର୍ଯ୍ୟାୟ ପ୍ରଥମ ଆବଣ୍ଟନ ଫଳ ଅଗଷ୍ଟ ୨୩, ୨୦୨୪ରେ ପ୍ରକାଶ ପାଇବ। ଆବଣ୍ଟିତ କଲେଜଗୁଡ଼ିକରେ ରିପୋର୍ଟିଂ ପାଇଁ ଅଗଷ୍ଟ ୨୪ରୁ ଅଗଷ୍ଟ ୨୯ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଅଗଷ୍ଟ ୩୦ରୁ ଅଗଷ୍ଟ ୩୧, ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠାନ ଗୁଡ଼ିକରେ ଯୋଗ ଦେଇଥିବା ପ୍ରାର୍ଥୀଙ୍କ ତଥ୍ୟ ଯାଞ୍ଚ କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories