www.samajalive.in
Friday, December 5, 2025
17.1 C
Bhubaneswar

ସୋନିଆ ଖୋଜୁଛି ଜୀବନର ବିକଳ୍ପ

ରେଙ୍ଗାଲିକ୍ୟାମ୍ପ : ଜୀବନ ସହ ସଂଗ୍ରାମ କରୁଥିବା ମଣିଷ ହିଁ ବୁଝିପାରେ ଜୀବନର ମୂଲ୍ୟବୋଧ। ଏମିତି ଜୀବନ ସହ ସଂଗ୍ରାମ କରି ଚାଲିଛି ସୋନିଆ। ଅତାବିରା ଏନଏସିରେ ରହୁଥିବା ଏକା ମେହେର ଓ ମମତା ମେହେରଙ୍କ ଏକ ମାତ୍ର ଝିଅ । ବୟସ ୧୩ ବର୍ଷ। ଶୈଶବରୁ ଯୌବନରେ ସେ ପାଦ ଦେଇଛି ସତ, କିନ୍ତୁ ସେ ଦିନେ ହେଲେ ଜୀବନକୁ ଉପଭୋଗ କରି ନାହିଁ। କାରଣ ଜନ୍ମରୁ ସେ ଦିବ୍ୟାଙ୍ଗ। ପିତାମାତାଙ୍କର ଏକ ମାତ୍ର ଝିଅ। ସୋନିଆ ୧୩ ବର୍ଷର। କିନ୍ତୁ ଖଟରୁ ଉଠିନାହିଁ। ଗତ ୨୦୧୭/୧୮ ମସିହାରେ ଚାଲିଥିବା ଏକ ନିଶୁଳ୍କ ଚିକିତ୍ସା ଶିବିରରେ ମଧ୍ୟ ସୋନିଆକୁ ଦେଖାଇଥିଲେ। ପରିବାରର ଆର୍ଥିକ ସ୍ଥିତି ଭଲ ନାହିଁ।

ଏକା ମେହେରଙ୍କ ଘର ସୋନପୁର ଜିଲ୍ଲା ଦିସପୁର ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲିର ହରିହର ନଗର। କିନ୍ତୁ ୧୧ ବର୍ଷ ହେଲା ସେ ଅତାବିରାରେ ଆସି କଲେଜ ସମ୍ମୁଖରେ ୱାର୍ଡ ନଂ୭ ମିନକେତନ ନଗରରେ ରହୁଛନ୍ତି। ମିଠା ଦୋକାନରେ କାମ କରନ୍ତି। କାମକୁ ନ ଗଲେ ଚୁଲି ଜଳୁ ନାହିଁ। ତାଙ୍କ ପତ୍ନୀ ମମତା ମେହେରଙ୍କ ନାମରେ ରାସନ୍ କାର୍ଡ ଅଛି। ଏହା ବ୍ୟତୀତ ଅନ୍ୟ କିଛି ସରକାରୀ ସହାୟତା ମିଳୁ ନାହିଁ ।

- Advertisement -

ଏମିତି ଅବସ୍ଥାରେ ଝିଅକୁ ଛାଡ଼ି ମମତା ମଧ୍ୟ କୌଣସି କାମକୁ ଯାଇ ପାରୁ ନାହାନ୍ତି। ଆଧାର କାର୍ଡ ହୋଇ ପାରୁ ନଥିବାରୁ କୌଣସି ଭତ୍ତା କି ହୁଇଲ୍ ଚେୟାରଟିଏ ମଧ୍ୟ ମିଳୁ ନାହିଁ । ଶତ ପ୍ରତିଶତ ଦିବ୍ୟାଙ୍ଗ ହୋଇ ଥିଲେ ସୁଦ୍ଧା ଡାକ୍ତରୀ ସାର୍ଟିଫିକେଟ ଟିଏ ମଧ୍ୟ ତାର ହୋଇ ପାରୁ ନାହିଁ। ଏକ ମାତ୍ର ଝିଅକୁ ଏପରି ଅବସ୍ଥାରେ ଦେଖି ବାପା ମାଆଙ୍କ ସବୁ ସପନ ଚୁରମାର ହୋଇ ଯାଇଛି। ଏବେ ନିରୁପାୟ ହୋଇ କେବଳ ଭାଗ୍ୟକୁ ନିନ୍ଦି ରହୁଛନ୍ତି । କାମ ନ କଲେ ଭୋକରେ ରହିବାକୁ ପଡୁଛି ପରିବାରକୁ।  ନିଜ ପେଟ ପାଇଁ ଦାନା ଯୋଗାଡ କରୁ କରୁ ସୋନିଆର ଚିକିତ୍ସା କରିବା ପାଇଁ ଅସମ୍ଭବ ହୋଇ ପଡ଼ିଛି। ତେଣୁ ସରକାରୀ ସହାୟତାରୁ ଘର ଖଣ୍ଡିଏ କିମ୍ବା କିଛି ଆର୍ଥିକ ସହାୟତା ପାଇଁ ଅପେକ୍ଷା କରିଛନ୍ତି ସୋନିଆର ବାପ ମାଆ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories