www.samajalive.in
Thursday, December 11, 2025
23.1 C
Bhubaneswar

ହରଭଙ୍ଗାରେ ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମ

ହରଭଙ୍ଗା : ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବୌଦ୍ଧ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜିର ଅଭିଯୋଗ ଶୁଣାଣି ଶିବିର ନୂତନ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ପ୍ରଥମ ଅଭିଯୋଗ ଶୁଣାଣି ଥିଲା। ଆଜିର ଯୁଗ୍ମ ଅଭିଯୋଗ ଶୁଣାଣି ରେ ସମୁଦାୟ ୧୧୩ଟି ଅଭିଯୋଗ ମଧ୍ୟରୁ ୧୦୬ଟି ବ୍ୟକ୍ତିଗତ ଏବଂ ୭ଟି ସାମୁହିକ ଅଭିଯୋଗ ରହିଥିଲା। ଜିଲ୍ଲାପାଳ ସେଥିମଧ୍ୟରୁ ୪୭ଟି ଅଭିଯୋଗ ଶୁଣାଣି କରିଥିଲେ। ଏହା ସହିତ ୧୦ଜଣଙ୍କୁ ନୂତନ ଭତ୍ତା ପ୍ରଦାନ କରାଯାଇଥିଲା ଓ ଦୁଇଜଣ ଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା । ଉକ୍ତ ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅନିରୁଦ୍ଧ ପ୍ରଧାନ, ବ୍ଲକ ଅଧ୍ୟକ୍ଷା ସ୍ନେହ ଲତା ପ୍ରଧାନ, ବିଡିଓ ଶରତ କୁମାର ସେଠି ,ତହସିଲଦାର ବିଭୁ ପ୍ରସାଦ ସିଂ ଉପସ୍ଥିତ ରହି ଜନ ସାଧାରଣଙ୍କ ଅଭିଯୋଗ କୁ ଶୁଣି ସମାଧାନ କରିଥିଲେ । ଏଥିରେ ଜିଲ୍ଲା ଓ ବ୍ଲକସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ରହି ସମସ୍ୟାର ସମାଧାନ କରିଥିଲେ।

Hot this week

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

Related Articles

Popular Categories