www.samajalive.in
Monday, December 8, 2025
13.1 C
Bhubaneswar

ଏହିସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ମଙ୍ଗଳବାର: ଜାଣନ୍ତୁ ଆଜିର ରାଶିଫଳ

ମେଷ: ମାନସିକ ସଂଘାତ ଅନୁଭବ କରିପାରନ୍ତି। ଧୈର୍ଯ୍ୟ, ସାହସ ସଞ୍ଚୟ କରି ଆଶୁ ବିପଦରୁ ଉଧୁରିବା ପାଇଁ ଚେଷ୍ଟା କରିବେ। ଭବ୍ୟ ପ୍ରେରଣା ଆପଣଙ୍କୁ ଅଗ୍ରଗାମୀ କରିପାରେ। ଆଜି ସତର୍କରେ ଚଳିବାକୁ ପଡ଼ିବ।
ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ପ୍ରିୟଭାଷୀ ହେବେ। ଯାନବାହନ ଯୁକ୍ତ ହୋଇପାରନ୍ତି। ସୁବର୍ଣ୍ଣ ସମ୍ପଦର ଅଧିକାରୀ ହେବେ। ସାତ୍ତ୍ବିକ ଭୋଜନ ସହିତ ଆନନ୍ଦ ଉପଭୋଗ କରିବେ।
ମିଥୁନ: ବୁଦ୍ଧିବଳ ପ୍ରୟୋଗ କରି ଶତ୍ରୁତାର ଅବସାନ ଘଟାଇ ପାରନ୍ତି। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଋଣ ପରିଶୋଧ କରି ଚିନ୍ତାମୁକ୍ତ ହେବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ।
କର୍କଟ:ବ୍ୟବସାୟାଦି ବିଭିନ୍ନ ସୂତ୍ରରୁ ଲାଭବାନ୍‌ ହୋଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିବେ। ଦାମ୍ପତ୍ୟ ଜୀବନରେ ଆନନ୍ଦର ଏକ ନୂତନ ଆଶା ସଞ୍ଚାର ହେବ। ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ମନୋନିବେଶ କରିବେ।
ସିଂହ: ପରିଶ୍ରମ ଯେତେ କଷ୍ଟଦାୟକ ହେଲେ ବି ତା’ର ଯଥାର୍ଥ ନିର୍ବାହ କରି ଉଚିତ୍‌ ପ୍ରାପ୍ୟ ହାସଲ କରିପାରନ୍ତି। ଯାନବାହନ ସୁଖ ମିଳିବ। ଧୀର ବୃଦ୍ଧି, ସ୍ଥିର ଚିତ୍ତସମ୍ପନ୍ନ ହେବେ। ଭୁଲ ବୁଝାମଣା​‌ରେ ସୁଧାର ଆସିବ।
କନ୍ୟା: ଶତ୍ରୁ ନାଶ, ଧନ ଭୋଗ ଓ ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ତେଜୀୟାନ୍‌ ହେବେ। ସୁଖ ମିଳିବ। ମନରେ ଉଦ୍‌ବେଗ ଜାତ ହୋଇପାରେ। ସରକାରୀ ସହାୟତା ମିଳିପାରେ। ଦେବ ଦର୍ଶନ କରିବେ।
ତୁଳା: ଜଣେ ଚରିତ୍ରବାନ୍‌ ବ୍ୟକ୍ତିଭାବେ ମାନବତାର ପ୍ରତୀକ ହୋଇପାରନ୍ତି। ମାନବ ଜୀବନ ଶୋଧନର ରାଜମାର୍ଗ ତ୍ୟାଗପୂତ ମନୋବୃତ୍ତିର ହେବେ। ବିବିଧ ଧନଯୁକ୍ତ ହେବେ। କର୍ମଚଞ୍ଚଳ ରହିବେ।
ବିଛା: ବରିଷ୍ଠ ବ୍ୟକ୍ତିମାନଙ୍କ ପାଇଁ ସମ୍ମାନବୋଧ ଭାଷା ପ୍ରକାଶ ଆତିଥେୟତାର ଉତ୍କର୍ଷ ପ୍ରତିପାଦନ କରିପାରନ୍ତି। ରୋଜଗାର ଆଶାନୁରୂପ ହେବ। ଭୋଜନ ରୁଚିପୂର୍ଣ୍ଣ ହେବ। ଚିନ୍ତାଧାରା ଉନ୍ନତମାନର ହେବ।
ଧନୁ: ଆତ୍ମାନୁଶୀଳନ କଲେ କୃତକର୍ମର ମହତ୍ତ୍ବ ଉପଲବ୍ଧ ହେବ। ଏକାନ୍ତ ସାଧନା ଫଳବତୀ ହେବ। ଚକ୍ଷୁରେ ସାମୟିକ ଭାବେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ମଧୁର କଥାରେ ପରକୁ ଆପଣାର କରିବେ।
ମକର: ଜ୍ଞାନ ପିପାସା ମେଣ୍ଟାଇବା ପାଇଁ ଯତ୍‌ପରୋନାସ୍ତି ଚେଷ୍ଟା କରିବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ଭିନ୍ନ ଭିନ୍ନ ସରକାରୀ ଓ ବେସରକାରୀ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ସଫଳତା ମିଳିପାରେ।
କୁମ୍ଭ: ଆପଣଙ୍କ ଉପରେ ନ୍ୟସ୍ତ କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଧୈର୍ଯ୍ୟବାନ୍‌ ହେବେ। ମନୋବଳ ଦୃଢ଼ ରହିବ। ସୁସ୍ଥ ଓ ନିରାମୟ ରହିବେ।
ମୀନ: ସାମାନ୍ୟ ଚେଷ୍ଟାରେ କ୍ଷମତାସୀନ ହୋଇପାରନ୍ତି। ଅନୁଗତ ଓ ଆଶ୍ରିତମାନଙ୍କ ଶୁଭାଧ୍ୟାୟୀ ହେବେ। ବିବାଦୀୟ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories