ପ୍ରତିରକ୍ଷା ମନ୍ତ୍ରଣାଳୟ ୱେବସାଇଟ୍‌ ହ୍ୟାକ୍‌

0

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟର ୱେବସାଇଟ୍‌କୁ ଶୁକ୍ରବାର ହ୍ୟାକ କରାଯାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ମନ୍ତ୍ରଣାଳୟର ଅଧିକାରୀଙ୍କ କହିବା ଅନୁଯାୟୀ ଏମଓଡି ଡଟ୍‌ ଜିଓଭି ଡଟ୍‌ ଇନ୍‌ ୱେବସାଇଟ୍‌ରେ ଭୁଲ୍‌ ବାର୍ତ୍ତା ପ୍ରକାଶ ପାଇଛି । ୱେବସାଇଟ୍‌ରେ ଚୀନ୍‌ର ମାଣ୍ଡାରିନ୍‌ ଲିପି ଲେଖା ଦେଖିବାକୁ ମିଳିଛି । ତେଣୁ ଏହାକୁ ଚୀନର ହ୍ୟାକର୍ସମାନେ ହ୍ୟାକ୍‌ କରିଥିବା ଅନୁମାନ କରାଯାଇଛି । ୱେବସାଇଟ୍‌ ହ୍ୟାକ ହେବାକୁ ନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଏପରିକି ଆଗାମୀ ଦିନରେ ଏହି ହ୍ୟାକକୁ କିପରି ରୋକାଯାଇ ପାରିବ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ବର୍ତ୍ତମାନ ଏହି ୱେବସାଇଟ୍‌କୁ ଖୋଲିଲେ ଏଥିରେ ତ୍ରୁଟିପୂର୍ଣ୍ଣ ବାର୍ତ୍ତା ପ୍ରକାଶ ପାଇବା ସହ ୟୁଜର୍ସଙ୍କୁ ‘ଟ୍ରାଏ ଏଗେନ୍‌ ଲ୍ୟାଟର’ କହୁଛି । ଅପରାହ୍ଣ ପ୍ରାୟ ୩ଟା ୩୦ରେ ୱେବସାଇଟ୍‌କୁ ଖୋଲାଯିବା ବେଳେ ଏଥିରେ ତ୍ରୁଟି ଦେଖାଯାଇଥିଲା । ଏହି ହ୍ୟାକ ଚୀନ ହ୍ୟାକର୍ସମାନଙ୍କ ଦ୍ୱାରା କରାଯାଇଥିବା ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି । କାରଣ ଆନ୍ତର୍ଜାତିକ ସ୍ତରରେ ହେଉଥିବା ହ୍ୟାକ କାମ ପାଇଁ ସାଧାରଣତଃ ଚୀନକୁ ଦାୟୀ କରାଯାଇଥାଏ । ତେବେ ଚୀନ ସରକାର ଏପରି ଅଭିଯୋଗକୁ ସର୍ବଦା ଖଣ୍ଡନ କରିଥାନ୍ତି ।

Leave A Reply