www.samajalive.in
Tuesday, December 9, 2025
15.1 C
Bhubaneswar

ହାତୀ ନଦୀରେ ବନ୍ୟା ଆସିଲେ ଚିନ୍ତାରେ ପଡୁଛନ୍ତି ବାଲିଛଡ଼ା ଗ୍ରାମବାସୀ; ନଦୀ ଗର୍ଭରେ ଲୀନ ହୋଇଗଲାଣି ୧୦ ଘର

କଲମପୁର: ବର୍ଷା ଆସିଲେ ହାତୀ ନଦୀ କୂଳରେ ଥିବା ଗାଁ ଲୋକଙ୍କ ମନରେ ଛନକା ପଶେ । କାଳେ ବନ୍ୟା ଆସି ଧୋଇ ନେବ କି ଘର ଦୁଆର। ଅତୀତରେ ୧୦ଟି ଘର ନଦୀ ଗର୍ଭରେ ଲୀନ ହେଇ ସାରିଛି । ତେଣୁ ଗ୍ରାମବାସୀ ଏଭଳି ଅଶଙ୍କା କରିବା ସ୍ୱାଭାବିକ।

ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ହାତୀ ନଦୀରେ କେବଳ ବର୍ଷା ୪ମାସ ପାଣି ପ୍ରବାହିତ ହେଉଥିଲା । କିନ୍ତୁ ୧୯୯୯ ମସିହାରୁ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ଜଳ ବିଦ୍ୟୁତ୍‌ ଉତ୍ପାଦନ ହେଲା। ମଙ୍ଗଳପୁର ହାତୀ ବ୍ୟାରେଜରୁ ହାତୀ ନଦୀ ମାଧ୍ୟମରେ ଜଳ ନିଷ୍କାସନ କରାଯାଉଥିବାରୁ ହାତୀ ନଦୀ ଏବେ ଚିରସ୍ରୋତା । ବର୍ଷ ତମାମ ହାତୀ ନଦୀରେ ପାଣି ପ୍ରବାହିତ ହେଉଥିବାରୁ ନଦୀକୂଳ ମାଟି ହାଲୁକା ରହିଥାଏ। ଯେତେବେଳେ ହାତୀ ନଦୀରେ ବନ୍ୟା ଆସେ ସେତେବେଳେ ନଦୀକୂଳ ମାଟି ଧୋଇ ହେଇଯାଇଥାଏ । ତେଣୁ ଦିନକୁ ଦିନ ହାତୀ ନଦୀର କଳେବର ବୃଦ୍ଧି ପାଉଥିବା ବେଳେ ଜନ ବସତି ପ୍ରଭାବିତ ହେଉଛି । ତେଣୁ କଳାହାଣ୍ଡିରେ ବର୍ଷା ଏବଂ ବନ୍ୟା ଆସିଲେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ପରିଧିକୁ ଆସେ କଲମପୁର ବ୍ଲକ ଅଧୀନସ୍ଥ ଏହି ବାଲିଛଡା ଗାଁ । ୧୯୯୨ ମୁଖିଗୁଡା ଟନେଲ ଦୁର୍ଘଟଣା ସମୟରେ ପ୍ରକୃତି ଏକପ୍ରକାର ଚେତାବନୀ ଦେଇଥିଲା । କିନ୍ତୁ ତକ୍ରାଳୀନ ଯନ୍ତ୍ରୀମାନଙ୍କ ଦୂରଦୃଷ୍ଟି ଅଭାବ ଯୋଗୁଁ ବିରିପୁର ଡଙ୍ଗାଘାଟପଡା ଜନ ବସତି ନଦୀ ଗର୍ଭରେ ଲୀନ ହୋଇ ସାରିଛି ।

- Advertisement -

ସେହିଭଳି ବାଲିଛଡା ଗାଁଠାରୁ ପ୍ରାୟ ୫୦ ଫୁଟ ଦୂରରେ ଥିବା ହାତୀ ନଦୀ ଏବେ ଗାଁ ମୁହାଁ ହେଇ ସାରି ୧୦ଟି ଘରକୁ ନଦୀ ଗର୍ଭକୁ ନେଇ ସାରିଲାଣି । ଗାଁ ରାସ୍ତା କୂଳ ଖାଇ ଏବେ ଅଣଓସାରିଆ ହେଇସାରିଛି । ଗାଁର ସ୍ଥାୟୀତ୍ୱ ପାଇଁ ୨୦୦୪ ମସିହାରେ ଜଳ ସମ୍ପଦ ବିଭାଗ ପକ୍ଷରୁ ବନ୍ୟା ପ୍ରତିରୋଧକ ପଥର ବନ୍ଧ ନିର୍ମାଣ କରାଯାଇଥଲା । କିନ୍ତୁ ଏହାର ଫଳ ଓଲଟା ହେଲା । ଏହି ପଥର ବନ୍ଧରେ ପାଣି ପିଟି ହେଇ ଜନ ବସତି ମୁହାଁ ହୋଇ ଘରଗୁଡ଼ିକ ଉପରେ ପ୍ରଭାବ ପକାଇଲା ।

୨୦୧୦ ମସିହାରେ ଏକାଧିକ ବନ୍ୟା ଆସିବା ଦ୍ୱାରା ଗ୍ରାମର ସ୍ଥିତି ଦୋହଲି ଯାଇଥିଲା । ତତ୍କାଳୀନ ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଅନୁରୋଧକ୍ରମେ ରାଜସ୍ୱ ମନ୍ତ୍ରୀଙ୍କ ସମେତ ବହୁ ମନ୍ତ୍ରୀ ବନ୍ୟା ପ୍ରଭାବିତ ବାଲିଛଡା ଗ୍ରାମର ଅବସ୍ଥା ଦେଖିଥିଲେ । ତୁରନ୍ତ ଏହାର ସମାଧାନ ଲାଗି ନଦୀକୂଳ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ପରିତାପର ବିଷୟ ଜଳ ସମ୍ପଦ ବିଭାଗ ଦ୍ୱାରା ସମ୍ପାଦିତ ଏହି କାର୍ଯ୍ୟରେ ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲର ଲକ୍ଷ ଲକ୍ଷ ଟନର ପଥର ବ୍ୟବହାର ହେଇଥିଲେ ମଧ୍ୟ ଗାଁର ଅବସ୍ଥା ସୁଧୁରିନାହିଁ । ତେଣୁ ଗାଁର ସୁରକ୍ଷା ପାଇଁ ଗାଁର ଉଭୟ ପାଶ୍ୱର୍ରେ ପ୍ରାୟ ୩ କିଲୋମିଟର ନଦୀକୂଳକୁ ପଥର ବନ୍ଧ ଦିଆଗଲେ ହୁଏତ ଗାଁ ସୁରକ୍ଷିତ ରହି ପାରିବ। ନଚେତ ଧୀରେ ଧୀରେ ସମ୍ପୂର୍ଣ୍ଣ ଗାଁ ନଦୀ ଗର୍ଭରେ ଲୀନ ହେଇଯିବ ବୋଲି ବୋଲି ଗ୍ରାମବାସୀ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories