www.samajalive.in
Saturday, December 6, 2025
17.1 C
Bhubaneswar

ବାଲିଚର ମାଡ଼ିଗଲା ଶତାଧିକ ଏକର ଚାଷ ଜମି, ଚିନ୍ତାରେ ଚାଷୀକୂଳ

କଳାପଥର(ବାଙ୍କୀ): ଚଳିତ ମାସର ପ୍ରଥମ ସପ୍ତାହରେ ଲଗାଣ ବର୍ଷା ଯୋଗୁ ପଶ୍ଚିମ ବାଙ୍କୀର ୬୦ପ୍ରତିଶତ ଜମି ଜଳାର୍ଣ୍ଣବ ହୋଇ ବାଲିଚର ମାଡ଼ିଯାଇଛି। ମହାନଦୀ ବୃହତ୍ତ ଉଠା ଜଳସେଚନ ପାଇଁ ବିଛା ଯାଇଥିବା ହୋମ ପାଇପ ଓ ଡେଲିଭରୀ ପାଇପକୁ ମାଟି ଦ୍ଵାରା ଠିକ ଭାବରେ ପ୍ରେସ ଦେଇ ନ ଘୋଡାଇବାରୁ ଜଳର ସ୍ରୋତ ସେହି ପାଇପ ଲାଇନକୁ ଖୋଳି ମାଟିକୁ ଜଳ ସ୍ରୋତରେ ବୋହି ନେଇ ଚାଷୀର ଏକର ଏକର ଜମି ବାଲିଚର ହୋଇଛି। କଳାପଥର ପଂଚାୟତର ମରାଙ୍ଗ, ମଧୁଆପଲ୍ଲୀ, ଲେମ୍ବେରୀ, ପର୍ଶୁରାମପୁର, କେନ୍ଦୁପଲ୍ଲୀ, ଜଗନ୍ନାଥପୁର ଗ୍ରାମ ପଂଚାୟତର ବଘେଇ, ଖଲିପିଲ୍ଲୀ, ବୈଦ୍ୟେଶ୍ୱର ପଂଚାୟତର ନାଟେରୀ, ମାଳିସାହି ଆଦି ମୌଜାର ସମସ୍ତ ଗହୀର ଜମି ନଷ୍ଟ ହୋଇଯାଇଛି। ଯାହା ଦ୍ଵାରା ଏଵେ ଶହ ଶହ ଏକର ଚାଷ ଜମିରୁ ବାଲି ଉଠାଇବା ସମ୍ଭବ ନୁହେଁ ଏବଂ ଖୋଳି ହୋଇ କ୍ଷତି ହୋଇ ଯାଇଥିବା ସ୍ଥାନରେ ହଜାର ହଜାର ମାଟି ଟ୍ରିପ ପକାଇ ଚାଷ କାର୍ଯ୍ୟ ଆଗକୁ ନେବା ଅସମ୍ଭବ। ଜମିରୁ ଫସଲ ଉଠିବା ପରେ ମାଟି କାମ ଓ ହଳ ଲଙ୍ଗଳ ହେବା ପରେ ସମତୁଲ କରାଯାଇ ଆସନ୍ତା ବର୍ଷ ପ୍ରସ୍ତୁତ କରାଯିବ।

ସେହିପରି ବଘେଇ-କେନ୍ଦୁପଲ୍ଲୀ କୁ ସରକାର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ହେଉଥିବା କଂକ୍ରିଟ ଏବଂ ପିଚୁ ରାସ୍ତା କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ରାସ୍ତାର ଉଭୟ ପାର୍ଶ୍ୱରେ ସୁରକ୍ଷା ପ୍ରାଚୀର ହୋଇ ନ ଥିବାରୁ ଏବଂ ବିଭିନ୍ନ ଜାଗାରେ ନିର୍ମିତ ଶଙ୍ଖର ସୁରକ୍ଷା ପ୍ରାଚୀର ଦୃର୍ବଳ ହୋଇଥିବାରୁ ମାଟି ଧସି ଜମି ବାଲିଚର ହୋଇଯାଇଛି। ଚାଷୀ ବ୍ୟାଙ୍କରୁ ଋଣ ନେଇ ଧାନ ଚାଷ କରିଥିବା ବେଳେ ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଛି। ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ କାନ୍ଦୁଛି।

- Advertisement -

ଚାଷୀଙ୍କ ଦୁର୍ଦ୍ଦଶା ସମ୍ପର୍କରେ ସମାଜସେବୀ ପ୍ରଦୀପ କୁମାର ପଟ୍ଟନାୟକ, ପଶ୍ଚିମ ବାଙ୍କୀ ଉନ୍ନୟନ ସଭାପତି ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧିଙ୍କ ଅଭିଯୋଗ କ୍ରମେ ବୃହତ୍ତ ଉଠା ଜଳସେଚନ ଉପଖଣ୍ଡ ଅଧିକାରୀ ଅମୀୟ କୁମାର ରାଉତ ଏବଂ ତାଙ୍କ ଟିମ ଆସି ଅଞ୍ଚଳ ପରିଦର୍ଶନ କରି ଫେରିଛନ୍ତି। ମଧୁଆପଲ୍ଲୀର ଚାଷୀ ପ୍ରଦୀପ କୁମାର ବିଶ୍ୱାଳ, ଘାସିଆ ବିଶ୍ୱାଳ ଏବଂ କେନ୍ଦୁପଲ୍ଲୀର ପ୍ରଭାତ କୁମାର ସାହୁ ପ୍ରମୁଖ ସରକାରୀ ସହାୟତା ଯୋଗାଇ ଋଣ ଛାଡ଼ କରିବାକୁ ଅନୁରୋଧ କରିଛନ୍ତି।  ଉଠା ଜଳସେଚନ କନିଷ୍ଠ ଯନ୍ତ୍ରୀ ଅଭିନାଶ ପଣ୍ଡା, ଅତିରିକ୍ତ ପରିଚାଳକ ନୀହାର ରଞ୍ଜନ ନାଏକ, ଯନ୍ତ୍ରୀ ରନଧୀର କୁମାର ପ୍ରମୁଖ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଛନ୍ତି। ଉପର ସ୍ତରରେ ଅଧିକାରୀମାନଙ୍କ ସହ ଯୋଗାଯୋଗ କରିବା ପରେ କ୍ଷତି ଭରଣା ହେବ ବୋଲି କହିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories