www.samajalive.in
Wednesday, November 12, 2025
19.1 C
Bhubaneswar

ଭୂମିହୀନ ଗରିବଙ୍କ ଆୟ ସୀମା: ରାଜସ୍ବ ଓ ପଞ୍ଚାୟତିରାଜ ବିଭାଗ ମଧ୍ୟରେ ରହୁନି ତାଳମେଳ

ରେଙ୍ଗାଲି: ରାଜ୍ୟରେ ଥିବା ଭୂମିହୀନ ଗରିବ ପରିବାରର ବାର୍ଷିକ ଆୟ ପରିସୀମାକୁ ନେଇ ରାଜସ୍ବ ଓ ପଞ୍ଚାୟତିରାଜ ବିଭାଗ ମଧ୍ୟରେ ତାଳମେଳ ରହୁନାହିଁ। ଏ ସଂକ୍ରାନ୍ତରେ ରାଜସ୍ବ ବିଭାଗର ଏକ ମାପଦଣ୍ଡ ଥିବାବେଳେ ପଞ୍ଚାୟତିରାଜ ବିଭାଗ ଭିନ୍ନ ମାପଦଣ୍ଡ ରହୁଛି। ଫଳରେ ଅସଂଖ୍ୟ ଗରିବ ପରିବାର ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଅନ୍ୟାନ୍ୟ ସୁବିଧାରୁ ବଞ୍ଚିତ ହେଉଛନ୍ତି।

ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ RDM&RGEA-STAUT-007-2018 ପତ୍ର ସଂଖ୍ୟା ୬୯୧୩ ଫେବୃଆରୀ ୨୩ ତାରିଖ ଦିନ ରାଜ୍ୟର ଭୂମିହୀନ ଗରିବଙ୍କ ବାର୍ଷିକ ସର୍ବନିମ୍ନ ଆୟ ୧ଲକ୍ଷ ଟଙ୍କା ଧାର୍ଯ୍ୟ କରିଥିବା ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରାଯାଇ ସମସ୍ତ ଜିଲ୍ଲାପାଳଙ୍କୁ ଏସଂକ୍ରାନ୍ତରେ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଥିଲା। ଏହା ବ୍ୟତୀତ ଏ ସଂକ୍ରାନ୍ତରେ ପୂର୍ବରୁ ୨୦୧୮ ଅଗଷ୍ଟ ୨୧ ତାରିଖରେ ମଧ୍ୟ ରାଜ୍ୟ ସରକାରଙ୍କ ଏକ୍ସଟ୍ରା ଅର୍ଡିନାରୀ ଗେଜେଟ୍ ମଧ୍ୟ ପ୍ରକାଶିତ ହୋଇଥିଲା। ତେବେ ବିଡମ୍ବନାର ବିଷୟ ଯେ ରାଜସ୍ବ ବିଭାଗ ଭୂମିହୀନଙ୍କ ବାର୍ଷିକ ଆୟ ୧ଲକ୍ଷ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ପଞ୍ଚାୟତିରାଜ ବିଭାଗର ନିୟମ ଅନୁଯାୟୀ ବାର୍ଷିକ ଆୟ ୬୦ ହଜାରରୁ ଅଧିକ ହେଲେ ସଂପୃକ୍ତ ଗରିବ ପରିବାରକୁ ପେନସନ୍ ଯୋଜନାରୁ ବଞ୍ଚିତ ହେବାକୁ ପଡ଼ିବ। ଏହା ସହିତ ବିଭିନ୍ନ ଗରିବ କଲ୍ୟାଣ ଯୋଜନା ତଥା ବିପିଏଲ୍ ତାଳିକାରୁ ବାଦ୍ ବି ପଡ଼ିବେ। ଇତିମଧ୍ୟରେ ଗତ ମାର୍ଚ୍ଚ ମାସରେ ରାଜ୍ୟ ସରକାର ଅଣକୁଶଳୀ ଓ କୁଶଳୀ ଶ୍ରମିକମାନଙ୍କ ଦୈନିକ ମଜୁରୀ ୪ଶହ ଓ ୫ଶହ ଟଙ୍କାକୁ ବୃଦ୍ଧି କରିଥିବା ପରିପ୍ରେକ୍ଷୀରେ ଆୟ ପରିମାଣ ବୃଦ୍ଧି ହେବା ସ୍ବାଭାବିକ। ଏଣୁ ଶ୍ରମ କରି ଜୀବିକା ନିର୍ବାହ କରୁଥିବା ଭୂମିହୀନ ଗରିବ ପରିବାରର ବାର୍ଷିକ ଆୟ ୧ଲକ୍ଷ ଟଙ୍କାରୁ ୧ଲକ୍ଷ ୫୦ ହଜାର ଟଙ୍କା କରାଯାଇଥିବାରୁ ଏହାକୁ ନେଇ ଗତ କିଛିଦିନ ତଳେ ରେଙ୍ଗାଲି ଗସ୍ତରେ ଆସିଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସଚେତନ ନାଗରିକଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

- Advertisement -

ଗୋଟିଏ ପଟେ ରାଜସ୍ବ ବିଭାଗ ଭୂମିହୀନ ଗରିବଙ୍କ ବାର୍ଷିକ ଆୟ ୧ଲକ୍ଷ ଟଙ୍କା ବୋଲି ନୀତିଗତ ନିଷ୍ପତ୍ତି ନେଇ ବିଜ୍ଞପ୍ତି ଜାରି କରିଥିବାବେଳେ ପଞ୍ଚାୟତିରାଜ ବିଭାଗ ଗରିବ ଭୂମିହୀନଙ୍କ ବାର୍ଷିକ ଆୟ ୬୦ ହଜାରରୁ ଅଧିକ ହେଲେ ବିଭିନ୍ନ ଭତ୍ତା ଯୋଜନାରୁ ବଞ୍ଚିତ କରାଯିବା କେତେ ଦୂର ନ୍ୟାୟ ଓ ଯୁକ୍ତିସଙ୍ଗତ ବୋଲି ସଚେତନ ନାଗରିକ ମହଲରେ ପ୍ରଶ୍ନ ହେଉଛି। ସରକାର ଏଥିପ୍ରତି ଗୁରୁତ୍ବର ସହିତ ଦୃଷ୍ଟି ଦେଇ ପଞ୍ଚାୟତିରାଜ ବିଭାଗରେ ଥିବା  ପୁରୁଣା ନିୟମ ପରିବର୍ତ୍ତନ କରି ରାଜସ୍ବ ବିଭାଗ ସହିତ ମେଳ ଖାଇବା ଭଳି ବାର୍ଷିକ ଆୟ ୧ଲକ୍ଷ ଟଙ୍କା ରଖି ଉଭୟ ବିଭାଗ ପାଇଁ ସମାନ ନୀତି ପ୍ରଣୟନ କରାଯିବାକୁ ଦାବି ହେଉଛି।

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories