ରାତି ୯ଟା – ମୁଖ୍ୟ ଖବର

ରୁଷିଆ ସେନାରୁ ମୁକ୍ତି ଅପେକ୍ଷାରେ ୬୯ ଭାରତୀୟ, ଏପର୍ଯ୍ୟନ୍ତ ୮ ମୃତ: ଲୋକସଭାରେ ସୂଚନା ଦେଲେ ବୈଦେଶିକ ମନ୍ତ୍ରୀ

♦ ଦିଲ୍ଲୀ-ଫରିଦାବାଦ ସୀମାରୁ ଧରାପଡ଼ିଲା ଆଇଏସଆଇଏସ୍ ଆତଙ୍କବାଦୀ

ଅମୃତପାଲ ସିଂହଙ୍କୁ ଲୋକସଭା ସାଂସଦ ଭାବେ ନିର୍ବାଚିତ କରିବା ବିରୋଧରେ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

♦ ଓ୍ଵାକଫ୍ ବିଲ୍ ଉପରେ ଯୁଗ୍ମ କମିଟି ପାଇଁ ୨୧ ଜଣ ସଦସ୍ୟଙ୍କ ନାମ ପ୍ରସ୍ତାବ ଗୃହୀତ, ରାଜ୍ୟସଭାରୁ ରହିବେ ୧୦ ଜଣ ସାଂସଦ

୧୭ ମାସ ଜେଲରେ ରହିବା ପରେ ତିହାର ଜେଲରୁ ବାହାରିଲେ ମନୀଷ ସିସୋଦିଆ

♦ ମନୀଷ ସିସୋଦିଆଙ୍କୁ ଜାମିନ, ସିବିଆଇ ଓ ଇଡିକୁ କହିଲେ ସୁପ୍ରିମକୋର୍ଟ, ଦଣ୍ଡ ସ୍ୱରୂପ ଜାମିନ ବନ୍ଦ କରାଯାଇପାରିବ ନାହିଁ

ହଷ୍ଟେଲ ରୁମରୁ ମିଳିଲା ଆଇଆଇଟି ଗୌହାଟୀ ଛାତ୍ରଙ୍କ ମୃତଦେହ, ତଦନ୍ତ ଜାରି

♦ ଆସନ୍ତାକାଲି ଭୂସ୍ଖଳନ ପ୍ରଭାବିତ ୱାୟନାଡ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉଦ୍ଧାର କାର୍ଯ୍ୟର କରିବେ ସମୀକ୍ଷା

ପୂର୍ବ ୟୁକ୍ରେନର ସହର ଉପରେ ରୁଷର ଆକ୍ରମଣରେ ୧୦ ମୃତ, ୩୫ ଆହତ

prayash

♦ ଜାପାନ ମେଗାକ୍ୱାକ୍ ଆଲର୍ଟ ଜାରି କରିବା ପରେ ଟୋକିଓରେ ୫.୩ ତୀବ୍ରତାର ଭୂମିକମ୍ପ

ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ପ୍ୟାରିସରେ ‘ମଦ୍ୟପ’ ଇଜିପ୍ଟ କୁସ୍ତିଯୋଦ୍ଧା ଗିରଫ

♦ ପୃଥିବୀରେ ଏକାଧିକ ଶକ୍ତିଶାଳୀ ସୌର ଘଟଣା ସ୍ଥଳଭାଗ ଛୁଇଁବା ସମ୍ଭାବନା, ସୃଷ୍ଟି ହୋଇପାରେ ଜିଓମ୍ୟାଗ୍ନେଟିକ୍ ଝଡ଼ – ନାସା

ବାଂଲାଦେଶର ମଧ୍ୟବର୍ତ୍ତିକାଳୀନ ସରକାର ଦାୟିତ୍ୱ ଗ୍ରହଣ କଲେ ନୋବେଲ ବିଜେତା ମହମ୍ମଦ ୟୁନୁସ୍, ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଅର୍ପଣ କଲେ ଗଭୀର ଶ୍ରଦ୍ଧାଞ୍ଜଳି

♦ ତ୍ରୁଟିପୂର୍ଣ୍ଣ ଭାବେ ଦୋଷୀ ସାବ୍ୟସ୍ତ ହୋଇ ଆମେରିକା ଜେଲରେ ୩୮ ବର୍ଷ ଜେଲ ଦଣ୍ଡ ଭୋଗୁଥିବା ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିଙ୍କ ମୃତ୍ୟୁ

 କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ସମ୍ପ୍ରସାରଣ କାର୍ଯ୍ୟ ବେଳେ ଭାଙ୍ଗି ପଡିଲା କ୍ରେନ, ୩ ଶ୍ରମିକ ଗୁରୁତର

ଗୁରୁତର ଶ୍ରମିକମାନଙ୍କୁ ଏସସିବି ଆଶୁ ଚିକିତ୍ସା ବିଭାଗରେ ଭର୍ତ୍ତି

♦ ସରିଲା ବଜେଟ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ସଂସଦର ଉଭୟ ଗୃହ ମୁଲତବୀ

 ଜୁଲାଇ ୨୨ରୁ ଆରମ୍ଭ ହୋଇଥିଲା ବଜେଟ ଅଧିବେଶନ, ଅଗଷ୍ଟ ୧୨ ତାରିଖରେ ଶେଷ ହେବାର ଥିଲା

♦ ହକି ଇଣ୍ଡିଆର ବଡ଼ ଘୋଷଣା, ସନ୍ନ୍ୟାସ ପରେ ପିଆର ଶ୍ରୀଜେଶ କନିଷ୍ଠ ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ

kalyan agarbati

Comments are closed.